ବୁଣାକାରଙ୍କ ସମସ୍ୟା ଦୂର ହେବ

ରସୁଲପୁର, ୧୫।୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକରେ ଟସରବସ୍ତ୍ରର ଏନ୍ତୁଡ଼ି ଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁରେ ବୁଧବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପହଞ୍ଚତ୍ ବୁଣାବୁଣିର ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ବୁଣାକାରଙ୍କ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେବା ସହ କାରିଗରଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ତନ୍ତଶାଳା ବୁଲି ଦେଖିବା ସହ ଅଙ୍ଗ ବସ୍ତ୍ର ବୁଣିବାର କଳାନୈପୁଣ୍ୟତାକୁ ପରଖିଛନ୍ତି। ତନ୍ତଶାଳାରେ କାରିଗରଙ୍କ ସହ ଆଲୋଚନା କରି ସେମାନଙ୍କ ବ୍ୟଥା ଓ କଥାକୁ ବୁଝିବାକୁ ଚେଷ୍ଟା କରିଛନ୍ତି।
ପରେ ପଞ୍ଚାୟତର ଚକଗୋପାଳପୁରଠାରେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍‌ (ନାବାର୍ଡ) ସହାୟତାରେ ବିରଜା ଉପତ୍ାଦକ ଗୋଷ୍ଠୀ ଆନୁକୂଲ୍ୟରେ ଓ ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୁଣାକାର ଓ ପ୍ରଶାସନ ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଜେନା ଯୋଗଦେଇ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। ବୁଣାକାରଙ୍କ ତନ୍ତଶାଳ ବୁଲି ଦେଖିବା ସହ ସୂତାରୁ ଲୁଗା ବୁଣିବା ଓ ତା’ର ବଜାରୀକରଣ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ବୁଣାକାରଙ୍କ ଗୁଣାତ୍ମକ ହସ୍ତତନ୍ତ ସାମଗ୍ରୀକୁ ନେଇ ଜେନା ଖୁସି ପ୍ରକଟ କରିଥିଲେ। ବୁଣାକାର ନେତା ଦଶରଥ ଚାନ୍ଦ, ରମେଶ ଦାସ, ଅଶୋକ କୁମାର ଗୁଇଁ, ଗଗନ ବିହାରୀ ଗୁଇଁ ପମୁଖ ଜେନାଙ୍କ ସମ୍ମୁଖରେ ଚିରାଚରିତ ସମସ୍ୟା ଦୋହରାଇଥିଲେ। ଘର ଉପରେ କର୍ମଶାଳା ନିର୍ମାଣ, ଟସର କୋଷାର ଅଭାବୀକରଣକୁ ଦୂର କରିବା, ବୟନଜ୍ୟୋତି ଯୋଜନାରେ ଆଲୋକ ଯୋଗାଇବା, କାରିଗରଙ୍କୁ ବିନା ସୁଧରେ ଋଣ, ଉପତ୍ାଦିତ ଦ୍ରବ୍ୟର ବଜାରକରଣ ସୁବିଧା ସୃଷ୍ଟି କରିବା, ବୁଣାକାରଙ୍କୁ କଳାକାର ଭତ୍ତା, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ବୁଣାକାରଙ୍କ ପାଇଁ ଇଏସ୍‌ଆଇ ହସ୍ପିଟାଲ ନିର୍ମାଣ ଭଳି ବହୁ ଅସମାହିତ ସମସ୍ୟା ସମ୍ପର୍କରେ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରାଇଥିଲେ। ବୁଣାକାରଙ୍କ ସମସ୍ୟା ସମ୍ପର୍କରେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବର୍ଷାଧିକ କାଳ ଧରି ବିଭିନ୍ନ ସମସ୍ୟା ସହ ପେଶି ହୋଇ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ବୁଣାକାରମାନେ ମୁଖ୍ୟଶାସନ ସଚିବଙ୍କ ସମ୍ମୁଖରେ ଗୁହାରୀ ଜଣାଇ ସମସ୍ୟା ସମାଧାନ ହୋଇଯିବା ନେଇ ଆଶା ପ୍ରକଟ କରିଛନ୍ତି। ବୁଣାକାରମାନେ କୌଳିକ ବୃତ୍ତି ହରାଇ ସୁରଟକୁ ଦାଦନ ଖଟିବାକୁ ଯିବେ ନାହିଁ ବରଂ କାରିଗରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର ଯୁବକଙ୍କୁ ସୁରଟ ପଠାଇବେ ବୋଲି ସଚିବ ଜେନା ସୂଚନା ଦେଇଛନ୍ତି। ଟସର ବସ୍ତ୍ରର ପାଇଁ କଞ୍ଚାମାଲ ଭାବରେ କୋଷା ବ୍ୟବହାର ହେଉଛି। ଜିଲାର ସୁକିନ୍ଦା ଅଞ୍ଚଳରେ କୋଷା ଚାଷ କରାଯାଉଛି। ମାତ୍ର ଉକ୍ତ କୋଷା ବାହାର ରାଜ୍ୟକୁ ଚାଲାଣ ହେଉଛି ଓ ଖୋଲା ବଜାରରେ ବିକ୍ରି ହେଉଛି। ଏଠିକାର ବୁଣାକାର ତାର ସୁଫଳ ପାଇପାରୁ ନ ଥିବା ସଂପର୍କରେ ସଚିବଙ୍କୁ ବୁଣାକାର ଅବଗତ କରାଇଥିଲେ। ଉକ୍ତ କୋଷାକୁ ଆୟତ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ।
ନାବାର୍ଡ ପକ୍ଷରୁ ବୁଣାକାରଙ୍କ ସମସ୍ୟା ଦୂର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବ୍ୟାଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହି ଅର୍ଥରେ ଗୋପାଳପୁର ଅଞ୍ଚଳର ୩୫୦ ବୁଣାକାରମାନଙ୍କ ଟସର ହସ୍ତତନ୍ତ ସାମୂହିକ କଳାର ବିକାଶ କରାଯାଉଛି ବୋଲି ଜିଲାପାଳ ଓ ନାବାର୍ଡ ପକ୍ଷରୁ କୁହାଯାଇଛି। ଏହା ଛଡା ନାବାର୍ଡ ପକ୍ଷରୁ କାରିଗରଙ୍କ ଦକ୍ଷତା ବୃଦ୍ଧି ଦିଗରେ ରଙ୍ଗ ଦେବା, ଡିଜାଇନ କାଟିବା, ସିଲାଇ, ଜାକଡ, ଓ ଡବି ଆଦି ଉପରେ ୧୫୦ଜଣଙ୍କୁ ତାଲିମ ଦିଆଯାଇଛି। ବିରଜା ଉପତ୍ାଦକ ଗୋଷ୍ଠୀର ସାମଗ୍ରିକ ବିକାଶ ଦିଗରେ ନାବାର୍ଡ ପକ୍ଷରୁ ସମସ୍ତ ଗୁରୁତ୍ୱ ଦିଆଯିବାକୁ ଆଲୋଚନା ବେଳେ ସୂଚନା ମିଳିଛି।
ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ରାଠୋର, ଜିଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ, ସିଜିଏମ-ନାବାର୍ଡ ଉଦୟ ଭାସ୍କର, ଡିଜିଏମ-ନାବାର୍ଡ କମଲ ଲୋଚନ ପଟ୍ଟନାୟକ, ଡିଡିଏମ-ନାବାର୍ଡ ସୁବ୍ରତ କୁମାର ସାହୁ ପ୍ରମୁଖ ଯୋଗଦଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବଙ୍କୁ ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।
ପ୍ରକାଶଥାଉ କି, ଗୋପାଳପୁରଠାରେ ୭ରୁ ଊର୍ଦ୍ଧ୍ୱ ଉପତ୍ାଦକ ଗୋଷ୍ଠୀ ଥିବାବେଳେ ନାବାର୍ଡ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଉପତ୍ାଦକ ଗୋଷ୍ଠୀ ଗଠନ କରାଯାଇ ସେଥିରେ ୩୫୦ଜଣ ବୁଣାକାରଙ୍କୁ ସାମିଲ କରାଯାଇଛି। ଗୋପାଳପୁର ଅଞ୍ଚଳରେ ଅନ୍ୟ ଉପତ୍ାଦକ ଗୋଷ୍ଠୀ ଅଧିନରେ ଶତାଧିକ ବୁଣାକର ଅଛନ୍ତି। ସେମାନଙ୍କ ସ୍ବାର୍ଥକୁ ନାବାର୍ଡ ପକ୍ଷରୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି। ଅବହେଳିତ ବୁଣାକାରଙ୍କ ସ୍ବର ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଞ୍ଚତ୍ ପାରିବ କି ନାହିଁ ତା’କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ତେଣୁ ସବୁ ବୁଣାକାରଙ୍କୁ ସମାନ ବୋଲି ଗ୍ରହଣ କରାଯାଇ ସରକାରୀ ସୁବିଧାର ସୁଷମ ବଣ୍ଟନ କରାଯାଉ ବୋଲି ବୁଣାକାର ନେତାମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image