ଟାଟା ଗ୍ରୁପ ଉପରେ ତିଆରି ହେବ ୱେବ ସିରିଜ

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତାମାନେ ଏବେ ଯୋଜନା କରିଛନ୍ତି ଏକ ୱେବ ସିରିଜ ଟାଟା ଗ୍ରୁପ ଉପରେ ପ୍ରସ୍ତୁତ କରିବେ । ସମସ୍ତଙ୍କୁ ଜଣା ଟାଟା ବହୁତ ବଡ ଗ୍ରୁପ କେବଳ ଦେଶ କାହିଁକି ବିଦେଶରେ ବି ଏହା ଖୁବ୍ ଜଣାଶୁଣା । କୁହାଯାଏ ଯଦି ରତନ ଟାଟା ତାଙ୍କ ରୋଜଗାରର ଅଧିକାଂଶ ଭାଗ ଡୋନେଶନରେ ଦେଇ ନ ଥାଆନ୍ତେ ତେବେ ଆଜି ଟାଟା ଗ୍ରୁପ ପାଖରେ ଅମ୍ବାନୀଙ୍କଠାରୁ ବି ଅଧିକ ସମ୍ପତ୍ତି ଥାଆନ୍ତା । ଲକ୍ଷ-କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା ଏହି କମ୍ପାନୀର ଇତିହାସ ପାଖାପାଖି ୨୦୦ ବର୍ଷ ତଳର ବୋଲି କୁହାଯାଏ । କମ୍ପାନୀର ଏହି ଇତିହାସକୁ ୱେବ ସିରିଜ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବେ ନିର୍ମାତା । ମୋଶନ ପିକ୍‌ଚର୍ସ ଦ୍ୱାରା ଏହି ୱେବ ସିରିଜର ଶୁଟିଂ କରାଯିବ । ଏହାର ୩ଟି ସିଜନ ହେବ ଓ ଅଗାମୀ ୬-୭ ମାସ ପରେ ଏହାର ଶୁଟିଂ ଆରମ୍ଭ କରାଯିବ । ଏହାର ନିର୍ମାତା କହିଛନ୍ତି ଏହା ଏକ ଗୁରୁଦାୟିତ୍ୱ । ଏହାର ତଥ୍ୟକୁ ନେଇ କୌଣସି ରିସ୍କ ନିଆଯାଇ ନ ପାରେ । ସେଇଥିପାଇଁ ସମସ୍ତ ସୂଚନା ଭଲଭାବେ ଇନଫରମେଶନ କଲେକ୍ଟ କଲା ପରେ ଏହା ଉପରେ କାମ ଆରମ୍ଭ କରାଯିବ ।

ମୋଶନ ପିକଚର୍ସ ନିକଟରେ ଟାଟା ପରିବାରକୁ ନେଇ ସିନିୟର ଜର୍ଣ୍ଣାଲିଷ୍ଟ ଗିରିଶ କୁବେରଙ୍କ ପୁସ୍ତକର ରାଇଟ୍ସକୁ କ୍ରୟ କରି ସାରିଛନ୍ତଶ । କୁବେରଙ୍କ ପୁସ୍ତକ ‘ଦ ଟାଟାସ୍‌: ହାଓ ଏ ଫ୍ୟାମିଲି.. ବିଲ୍ଟ ଏ ବିଜନେସ୍ ଅଫ ଏ ନେଶନ’ । ଏଥିରେ ଟାଟା ପରିବାରର ୨୦୦ ବର୍ଷ ତଳର କାହାଣୀ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଏବେ ଏହାର ପ୍ରିପଡକଶନ କାମ ଆରମ୍ଭ ହୋଇଛି ଏହାକୁ ନେଇ ଗବେଷଣା ବି ଆରମ୍ଭ ହୋଇଯାଇଛି ।

Share