Posted inଫୁରସତ

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା ଓ ୟାସ୍‌ମିନ ଦଫ୍‌ତରଦାର ନାମରେ ଏକ ପ୍ରେମୀ ଯୁଗଳ ସାଉଦି ଆରବର ଜେଦ୍ଦାହ ନିକଟସ୍ଥ ଲୋହିତ ସାଗର ମଧ୍ୟରେ ପରସ୍ପରକୁ ବିବାହ କରି ଇତିହାସ ରଚିଛନ୍ତି।
ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗର ମଧ୍ୟରେ କୌଣସି ପ୍ରେମୀ ଯୁଗଳ ବିବାହ କରିବାର ଏହା ହେଉଛି ପ୍ରଥମ ଘଟଣା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟେ ହାସନ୍‌ ଓ ୟାସ୍‌ମିନ ପ୍ରଫେସ୍‌ନାଲ ଡାଇଭର ହୋଇଥିବାବେଳେ ସେମାନେ କ୍ୟାପଟେନ୍‌ ଫୈସଲ ଫ୍ଲେମ୍ବନଙ୍କ ନେତୃତ୍ୱରେ ସାଉଦି ଡାଇଭର୍ସ ନାମକ ଏକ ସ୍ଥାନୀୟ ଡାଇଭିଙ୍ଗ ଗ୍ରୁପ୍‌ର ସହାୟତାରେ ସମୁଦ୍ର ମଧ୍ୟରେ ବିବାହ କରିଥିଲେ। ଏହି ବିବାହ ପାଇଁ ସାଉଦି ଡାଇଭର୍ସ ଗ୍ରୁପ୍‌ ପକ୍ଷରୁ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା। ସମୁଦ୍ର ମଧ୍ୟରେ ବିବାହ ପାଇଁ ଉଭୟ ହାସନ ଓ ୟାସ୍‌ମିନଙ୍କୁ ଏହି ଦଳ ବିଭିନ୍ନ ଉପକରଣ ଯୋଗାଇ ଦେଇଥିଲା।
ପରେ ହାସନ କହିଛନ୍ତି, ଏହା ବାସ୍ତବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ସମୁଦ୍ର ମଧ୍ୟରେ ବିବାହ କରିବା ପାଇଁ ତାଙ୍କୁ ସର୍ବପ୍ରଥମେ କ୍ୟାପ୍‌ଟେନ୍‌ ଫୈସଲ ଓ ତାଙ୍କ ଟିମ୍‌ ପକ୍ଷରୁ ପ୍ରସ୍ତାବ ଆସିଥିଲା, ଯାହାକୁ ସେ ଓ ୟାସ୍‌ମିନ ଗ୍ରହଣ କରିଥିଲେ। ଏହା ଏକ ସୁନ୍ଦର ଏବଂ ଅବିସ୍ମରଣୀୟ ଅନୁଭୂତି ଥିଲା। ସେହିପରି ୟାସ୍‌ମିନ କହିଛନ୍ତି, ଏହି ବିବାହରେ କୌଣସି ସମସ୍ୟା ଉପୁଜି ନ ଥିଲା। ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ଏପରି ଅସାଧାରଣ ବିବାହ ସମ୍ପର୍କରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ୟାସ୍‌ମିନ କହିଛନ୍ତି। ସେହିପରି ସାଉଦି ଆରବ ଉପକୂଳସ୍ଥିତ ଲୋହିତ ସାଗରରେ ବିଭିନ୍ନ ସାମୁଦ୍ରିକ ଚମତ୍କାର ଓ ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ବେଷଣ କରିବା ପାଇଁ ଏହି ଦମ୍ପତି ବିଶ୍ୱବ୍ୟାପୀ ଡାଇଭରମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏପରି କରି ଉଭୟେ ସାଉଦି କ୍ରାଉନ୍‌ ପ୍ରିନ୍ସ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା ମହମ୍ମଦ ବିନ୍‌ ସଲ୍‌ମାନଙ୍କ ସ୍ବପ୍ନକୁ ସାକାର କରିବାରେ ଯୋଗଦାନ ଦେଇପାରିବେ ବୋଲି ହାସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri