ରଣକ୍ଷେତ୍ରରେ ବାହାହେଲେ ଦୁଇ ଯବାନ

କ୍ୱିଭ,୮।୩: ରୁଷିଆର ଘନ ଘନ ଆକ୍ରମଣ ପରେ କ୍ୱିଭ୍‌ର ସ୍ଥିତି ଏକ ପ୍ରକାର ବିଗିଡ଼ି ଯାଇଛି। ଏଭଳି ସଙ୍କଟାପନ୍ନ ପରିସ୍ଥିତି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। କ୍ୱିଭ୍‌ର ଜନଗହଳିପୂର୍ଣ୍ଣ ଚେକ୍‌ପଏଣ୍ଟରେ ଦୁଇ ଯବାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲେସୟା ଫିଲିମୋନୋଭା ଏବଂ ଭାଲେରି ଫିଲିମୋନୋଭା ରବିବାର ବାହା ହୋଇଛନ୍ତି। ବିବାହ ପାଇଁ ଦୁହେଁ କୌଣସି ସ୍ବତନ୍ତ୍ର ଧରଣର ପୋଷାକ ନୁହେଁ ବରଂ ମିଲିଟାରି ୟୁନିଫର୍ମରେ ଥାଇ ବାହା ହୋଇଛନ୍ତି। ମିଲିଟାରି କପଡ଼ାରେ ତିଆରି ଏକ ବୁର୍ଖା କନିଆ ଭାଲେରି ପରିଧାନ କରିଥିବାବେଳେ ପାରମ୍ପରିକ ମୁକୁଟ ବଦଳରେ ବର ସାଜିଥିବା ଲେସୟା ଏକ ମିଲିଟାରି ହେଲମେଟ ପିନ୍ଧିଥିଲେ। ଲେସୟା ଏବଂ ଭାଲେରି ପୂର୍ବରୁ ଏକାଠି ରହୁଥିଲେ ସୁଦ୍ଧା ବିବାହ କରି ନ ଥିଲେ।
୨୪ରେ ଉଭୟ ୟୁକ୍ରେନ୍‌ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ମିଲିଟାରିରେ ଯୋଗଦେବା ପରଠାରୁ ଦୁହେଁ ପରସ୍ପରକୁ ଭେଟି ନ ଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏ ପ୍ରକାର ନିଆରା ବାହାଘରକୁ ସ୍ଥାନୀୟ ଲୋକେ ପସନ୍ଦ କରିଛନ୍ତି। କ୍ୱିଭ୍‌ର ମେୟର ଭିଟାଲି କଲିଟସ୍କୋ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିବାହ ବେଳର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Share