ଭିଡ଼ିଓ କଲିଂରେ ବିବାହ: ବେଦୀରେ ବରକନ୍ୟା କିନ୍ତୁ ନ ଥିଲେ ପଣ୍ଡିତ…

ଅଜମେର,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏବେ ବିବାହ ଅନ୍‌ଲାଇନ୍‌ରେ ହେଉଥିବା ଘଟଣା ଦେଖିବାକୁ ମିଳୁଛି। ସମ୍ପ୍ରତି ରାଜସ୍ଥାନର ଅଜମେରରେ ଏଭଳି ଏକ ଅନ୍‌ଲାଇନ୍‌ ବିବାହ ଅନୁଷ୍ଠିତ ହୋଇଛି। ବିବାହରେ ବରକନ୍ୟା ବେଦୀରେ ଥିବାବେଳେ ପଣ୍ଡିତ ମହାଶୟଙ୍କର ଦେଖା ନ ଥିଲା। ୪୦୦ କିଲୋମିଟର ଦୂରରେ ରହି ପଣ୍ଡିତ ଅନ୍‌ଲାଇନ୍‌ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ମନ୍ତ୍ରପାଠ ସହିତ ପଣ୍ଡିତ ବରକନ୍ୟାଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇ ବିବାହ କରାଇଥିଲେ। ପଣ୍ଡିତ ସତ୍ୟେନ୍ଦ୍ର ଶର୍ମା କିଶନଗଡ଼ରେ ଥିବାବେଳେ ବରକନ୍ୟା ରାଜସ୍ଥାନ-ଗୁଜରାଟ ସୀମାର ମାଓ୍ବଲରେଠାରେ ବିବାହ କରିଛନ୍ତି। ବର ମୋହିତ ଏବଂ କନ୍ୟା ନିଶା ମୋବାଇଲ ସମ୍ମୁଖରେ ପଣ୍ଡିତଙ୍କୁ ପ୍ରଣାମ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଏବେ ଏହି ବିବାହ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share