ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି। ଭିଜା ଟଙ୍କାକୁ ସେ ତାଙ୍କ ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାସ୍ତାରେ ଶୁଖାଉଛନ୍ତି। ରାସ୍ତାରେ ଟଙ୍କା ଶୁଖାଇବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣଙ୍କ ଜଣେ ଦିନ ମଜୁରିଆ। ଝିଅ ବାହାଘର ପାଇଁ ସେ କିଣିଥିବା ଆସବାବପତ୍ର ନଷ୍ଟ ହୋଇ ଯାଇଛି। ବହୁ ଜିନିଷ ଭାସି ଯାଇଛି। ତେବେ ବାକ୍ସ୍‌ରେ ରହିଥିବ କିଛି ଟଙ୍କା ଭିଜି ଯାଇଥିଲା। ଏହା କାଳେ ନଷ୍ଟ ହୋଇଯିବ। ସେଥିପାଇଁ ସେ ଟଙ୍କାକୁ ରାସ୍ତାରେ ଶୁଖାଉଛନ୍ତି। ସୂଚନାଯୋଗ୍ୟ, ବନ୍ୟାରେ ଭଣ୍ଡାରା ଏବଂ ଗୋନ୍ଦିଆ ଜିଲାର ୬୨ଟି ଗାଁରେ ବନ୍ୟା ପାଣି ମାଡ଼ିଯାଇଛି। ଏହାଦ୍ୱାରା ୧୮ ହଜାରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଉଛି।

Share