ବିବାହ ଯୋଜନା ଭଣ୍ଡୁର ହେଲା

ନୂଆଦିଲ୍ଲୀ,୧୯ା୧୦ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୂତୀ ଚାନ୍ଦଙ୍କ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛନ୍ତି। ପାର୍ଟନର ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ତେବେ ଭାରତରେ ଦିନେ ନା ଦିନେ ସମଲିଙ୍ଗୀ ବିବାହ ବାସ୍ତବ ରୂପ ନେବ ବୋଲି ସେ ଆଶା ବାନ୍ଧିଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ମଙ୍ଗଳବାର ସମଲିଙ୍ଗୀ ବିବାହକୁ ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ ମାନ୍ୟତା ଦେବାକୁ ମନା କରିଥିଲେ ମଧ୍ୟ ସମାନ ଲିଙ୍ଗର ବ୍ୟକ୍ତିଙ୍କ ମିଳନ ସମ୍ପର୍କିତ ଆଇନ ପାର୍ଲାମେଣ୍ଟ ଆଣିପାରିବ ବୋଲି ରାୟ ଦେଇଥିଲେ। ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁପ୍ରିମକୋର୍ଟ ସମଲିଙ୍ଗୀମାନଙ୍କୁ ସହାବସ୍ଥାନ ପାଇଁ ବାରଣ କରିନାହାନ୍ତି। ଦେଶରେ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ପାଇଁ କୌଣସି ଆଇନ ନ ଥିବାରୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିନାହାନ୍ତି। କିନ୍ତୁ କେନ୍ଦ୍ର ସରକାର ଓ ପାର୍ଲାମେଣ୍ଟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗକୁ ବିଚାରକରି ଭବିଷ୍ୟତରେ ସମଲିଙ୍ଗୀ ବିବାହ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବେ। ଏନେଇ ଆମେ ଆଶାବାଦୀ ବୋଲି ଦୂତୀ କହିଛନ୍ତି।

୫ ବର୍ଷ ଧରି ନିଜ ପାର୍ଟନର ମୋନାଲିସାଙ୍କ ସହ ସମ୍ପର୍କରେ ଥିବା ନେଇ ପ୍ରଘଟ କରିବାକୁ ଦ୍ୱିଧା ପ୍ରକାଶ କରୁ ନ ଥିବା ଦୂତୀ ଆହୁରି କହିଛନ୍ତି, ଆମେ ଦୁହେଁ ପରସ୍ପରକୁ ଭଲ ପାଉ। ଏକାଠି ରହି ବାହାହେବାକୁ ନିଷ୍ପତ୍ତି ନେଇଛୁ। ସମଲିଙ୍ଗୀ ବିବାହକୁ ସହରୀ-ଗାଉଁଲୀ, ଉଚ୍ଚ-ନୀଚ, ଜାତି, ବର୍ଣ୍ଣ ଓ ଧର୍ମ ଆଧାରରେ ଦେଖାଯିବା ଅନୁଚିତ। ଏହା ମାନବ ଜାତିର ଏକ ସମସ୍ୟା। ଜୀବନରେ ସମସ୍ତଙ୍କୁ ଉପଯୁକ୍ତ ଅଧିକାର ମିଳିବା ଉଚିତ। ବିଧବା ବିବାହ ନେଇ ଭାରତରେ ଯେପରି କୌଣସି ଆଇନ ନ ଥିଲା ଆଜି ସମଲିଙ୍ଗୀ ବିବାହ ସମ୍ପର୍କିତ ଆଇନ ନାହିଁ। ତେବେ ବିଧବା ବିବାହ ଭଳି ସମଲିଙ୍ଗୀମାନଙ୍କୁ ମଧ୍ୟ ବିବାହ ପାଇଁ ଦିନେ ଅନୁମତି ମିଳିବ ବୋଲି ଦୂତୀ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri