ବିବାହରେ ହେଉଛି କି ବିଳମ୍ବ, ଏମିତି କଲେ ମିଳିବ ଉତ୍ତମ ଜୀବନସାଥୀ

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି ବିଶ୍ୱାସ କରାଯାଏ। ଘରେଥିବା ଛୋଟଛୋଟ ବାସ୍ତୁ ଦୋଷ ଦୂର କରି ଏହିସମସ୍ୟାରୁ ମୁକ୍ତି ପାଆନ୍ତୁ। ଜାଣନ୍ତୁ କ’ଣ କଲେ ବିବାହ ଶୀଘ୍ର ହେବା ସହ, ଭଲ ଜୀବନସାଥୀ ମିଳିବ ।

ବାସ୍ତୁଶାସ୍ତ୍ରଅନୁଯାୟୀ, ବିବାହ ଯୋଗ୍ୟ ଝିଅ-ପୁଅ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ। ଏପରି କରୁଥିଲେ ଭଲ ପ୍ରସ୍ତବ ଆସି ନ ଥାଏ ଏବଂ ବିବାହ ଅଟକି ଥାଏ। ସେଥିପାଇଁ ଉତ୍ତର-ପୂର୍ବରେ ଦିଗରେ ଶୁଅନ୍ତୁ।

ବିବାହ ଜନିତ କଥା ହେଉଥିବା ବେଳେ ସର୍ବଦା ପୂର୍ବ ଦିଗକୁ ଚାହାନ୍ତୁ। ଏବଂ କଳା ରଙ୍ଗ ପୋଷାପ ପିନ୍ଧନ୍ତୁ ନାହିଁ।

ବିବାହରେ ବିଳମ୍ବ ହେଉଥିବା ଯୋଗ୍ୟ ଝିଅ-ପୁଅ ଏକରୁ ଅଧିକ କବାଟ , ଝରକା ଥିବା ଘରେ ଶୁଅନ୍ତୁ ନାହିଁ , ଅନ୍ଧାର କିମ୍ବା ଛାତର ବିମ୍‌ ତଳେ ମଧ୍ୟ ଶୁଅନ୍ତୁ ନାହିଁ।