ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି : ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ, ୨୨।୮ : ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥି ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏ ନେଇ ଶ୍ରୀଜିଉଙ୍କ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବକମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ ।
ବନକଲାଗି ନୀତି ପରେ ମହାସ୍ନାନ ହୋଇ ପୁଣି ଦର୍ଶନ ସ୍ବଭାବିକ ଚାଲିବ ।
Share