Categories: ଜାତୀୟ

ଦିଲ୍ଲୀରେ ଲାଗୁ ହେଲା ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ,୪।୧: ଦେଶରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡିବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଦୃତ ଗତିରେ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତର କର୍ଫ୍ୟୁ ଲାଗୁ କରିଛନ୍ତି। ଶୁକ୍ରବାର ରାତି ୧୦ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।
ଜାରି କରାଯାଇଥିବା ନିୟମ ଅନୁଯାୟୀ, ସମସ୍ତ ସରକାରୀ ଅଫିସ ‘ଓ୍ବାର୍କ ଫର୍ମ ହୋମ୍‌’ରେ ଚାଲିବ। ୫୦% କର୍ମଚାରୀଙ୍କୁ ନେଇ ବେସରକାରୀ ଅଫିସ୍‌ ଚାଲିବ। ସେହିପରି ବାକି ୫୦% କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

 

 

Share