ଶନିବାର, ରବିବାର ଶଟ୍‌ଡାଉନ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ବଡ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା ହୋଇଛି। ଏହା ସବୁ ଶନିବାର ଏବଂ ରବିବାର କାର୍ଯ୍ୟକାରୀ ହେବ। ଏହି ନିୟମ ଆସନ୍ତା ୨୪ ତାରିଖରୁ ଲାଗୁ ହେବ। ଅନ୍ୟପକ୍ଷରେ ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚକୁ ମଧ୍ୟ ବନ୍ଦ କରାଯାଇଛି। କମିଶନରଙ୍କ କହିବା ମୁତାବକ, ଗଣମାଧ୍ୟମ କର୍ମଚାରୀ ଅଫିସକୁ ସଟ୍‌ଡାଉନ ସମୟରେ ଯାଇପାରିବେ। କିନ୍ତୁ ସେମାନଙ୍କୁ ସଂସ୍ଥାର ପରିଚୟପତ୍ର ଦେଖାଇବାକୁ ପଡିବ।

Share