ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର

ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ସମସ୍ତ ଦୋକାନ ବଜାରକୁ ଖୋଲିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଦିଲ୍ଲୀର ସମସ୍ତ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ୍ କହିଛନ୍ତି, ସୋମବାରଠାରୁ ଦିଲ୍ଲୀର ସମସସ୍ତ ସାପ୍ତାହିକ ବଜାର ଖୋଲି ଦିଆଯାଉଛି । କାରଣ ଆମେ ଗରିବଙ୍କ ଦୈନିକ ରୋଜଗାର ବା ପେଟପାଟଣାକୁ ନେଇ ଚିନ୍ତିତ । ହେଲେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ବି ଆମ ପାଇଁ ମୂଲ୍ୟବାନ । ଏବେ ସବୁ ଖୋଲି ଦିଆଯାଇଥିବା ବେଳ ଜନତା କରୋନାର ସମସ୍ତ ନିୟମ ମାନିବାକୁ ମୁଁ ଅନୁରୋଧ କରୁଛି । ରାଜଧାନୀ ଦିଲ୍ଲୀ ଧୀରେ ଧୀରେ ଅନଲକ ହେଉଥିବାରୁ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ସାମାନ୍ୟ ଉତ୍ସାହ ଦେଖାଯାଇଛି ।

Share