ସପ୍ତାହାନ୍ତ ଶଟ୍‌ଡାଉନ୍‌: ପ୍ରଶାସନିକ ଯାଞ୍ଚ କଡ଼ାକଡ଼ି; ରାସ୍ତାଘାଟ ଖାଁ ଖାଁ

ବୁଗୁଡ଼ା,୨୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲା ବୁଗୁଡ଼ା ଏନ୍‌ଏସିରେ ଦୋକାନ ବଜାର ସବୁ ବନ୍ଦ ରହିଛି। ସକାଳେ ପୋଲିସ ସହରରେ ପଇଁତରା ମାରିବା ସହ ବିଭିନ୍ନ ଛକରେ ଯା’ଆସ କରୁଥିବା ଲୋକଙ୍କୁ ଯାଞ୍ଚ କରୁଛି। କେବଳ ଜରୁରିକାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏ ନେଇ ରାସ୍ତାଘାଟ ଶୂନଶାନ ରହିବା ସହ ଖାଁ ଖାଁ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ କୋଭିଡ୍‌ ନିୟମ ମାନିବାକୁ ପ୍ରଚାର କରାଯାଉଛି।

Share