ଗଜପତିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌: ରାସ୍ତାଘାଟ ଖାଁ ଖାଁ

ପାରଳାଖେମୁଣ୍ଡି,୨୪।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି । ମେଡିକାଲ ଓ ଅତ୍ୟାବଶ୍ୟକ ସେବାକୁ କଟକଣା ନ ଥିବା ବେଳେ ବିନା କୌଣସି କାରଣ ନ ଥାଇ ଯାତ୍ରା, ସହରରେ ଭ୍ରମଣ ସମ୍ପୂର୍ଣ୍ଣ ବନ୍ଦ କରାଇଛି ଗଜପତି ଜିଲା ପ୍ରଶାସନ ଓ ପୋଲିସ। ଜିଲାରେ କରୋନା ଆରମ୍ଭରୁ ତଥା ପ୍ରଥମ ଲହର ଓ ଦ୍ୱିତୀୟ ଲହରର ସମୁଦାୟ କରୋନା ପଜିଟିଭ୍‌ ସଂଖ୍ୟା ୪୬୧୪ରେ ପହଞ୍ଚିଛି। ସେଥିରୁ ୪୧୫୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୪୪୬ ଜଣ ଚିକିତ୍ସିତ ଓ ସଙ୍ଗରୋଧରେ ରହିଛନ୍ତି । ସେପଟେ ଆଜି ଗୋଟିଏ ଦିନରେ ଜିଲାରେ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଗଜପତି ଜିଲା ପ୍ରଶାସନ ତପ୍ତର ହେବା ସହ ପୋଲିସ ଶଟ୍‌ଡାଉନ୍‌କୁ କଡ଼ାକଡ଼ି କରିବା ପାଇଁ ପାରଳାଖେମୁଣ୍ଡି ଓ କାଶୀନଗର ସହରରେ ସମସ୍ତ ସୀମା ସିଲ କରିଛି। ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି।