କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର ନାହିଁ। ଏବେ ଚାଇନାର ଜଣେ ମଡେଲ ତଥା ଅଭିନେତ୍ରୀ ବର୍ତ୍ତମାନ ଡାଏଟ୍ କରି ଚର୍ଚ୍ଚାକୁ ଆସିଛନ୍ତି।
ଏହି ମଡେଲଙ୍କ ବିବାଦୀୟ ଡାଏଟକୁ ନେଇ ସବୁଠି ଆଲୋଚନା ହେଉଛି। ଅପରପକ୍ଷରେ ଓଜନ କମାଇବା ପାଇଁ ୩୬ ଦିନ ସମୟ ଲାଗିଥାନ୍ତା। କିନ୍ତୁ ସେ ୧୨ ଦିନ କେବଳ ପାଣି ପିଇ ରହିଥିଲେ। ବାକି ଦିନରେ ଫଳ, ତଟକା ପନିପରିବା, ସେକ୍ ଆଦି ଖାଇଥାନ୍ତି। ସେ ତାଙ୍କ ଓଜନ କମାଇବା ପାଇଁ ପାଣିର ସାହାରା ନେଇଥିଲେ। ଆଉ ଏଥିରେ ସଫଳ ମଧ୍ୟ ହୋଇଥିବା କହିଛନ୍ତି।