ଫିଲ୍ମ ପାଇଁ ଓ୍ବେଟ୍‌ ଲସ୍‌

ମୁମ୍ବାଇ: ବଲିଉଡ୍‌ରେ ଆକ୍ସନ୍‌, ଡ୍ରାମା ଫିଲ୍ମ ଅପେକ୍ଷା ଅଧିକ ସଂଖ୍ୟାରେ ବାୟୋପିକ୍‌ ତିଆରି ହେବାରେ ଲାଗିଛି। ନିକଟରେ ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ମହେଶ ମାଞ୍ଜେରକରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ସ୍ବତନ୍ତ୍ର ବୀର ସାବରକରରେ ମୁଖ୍ୟ ଭୂମିକାରେ ରଣଦୀପ୍‌ ହୁଡା ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ୧୮ କିଲୋଗ୍ରାମ ଓଜନ କମାଇବାକୁ ପଡ଼ିଛି। ମେ ୨୩ରେ ସାବରକରଙ୍କ ଜନ୍ମଦିନ ଅବସରରେ ରଣଦୀପ୍‌ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ କରିଥିଲେ। ବହୁଦିନ ଧରି ରଣଦୀପ୍‌ ଶରୀରର ଓଜନ କମାଇ ଆସୁଥିବା ଏକ ସାକ୍ଷାତକାରରେ କହିଛନ୍ତି। ତେବେ ଫିଲ୍ମ ପାଇଁ ତାଙ୍କୁ ଏପରି କରିବାକୁ ପଡ଼ୁଥିବା ସେ ପ୍ରକାଶ କରିଛନ୍ତି। ୨୦୧୬ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ‘ସରବଜିତ’ରେ ରଣଦୀପ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କୁ ନିଜ ଶରୀରର ୨୦ କିଲୋଗ୍ରାମ ଓଜନ କମାଇବାକୁ ପଡ଼ିଥିଲା।

Share