ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’ ନାମକ ଇଞ୍ଜେକ୍‌ଶନ୍‌କୁ ଲଞ୍ଚ୍‌ କରାଯାଇଛି। ଏହି ଔଷଧକୁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍‌ସିଓ) ଦ୍ୱାରା ମଞ୍ଜୁରୀ ମିଳିଛି। ଏହି ଡ୍ରଗ୍‌ ଉଭୟ ଜିଆଇପି ଏବଂ ଜିଏଲ୍‌ପି-୧ ହରମୋନ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ। ମୌନଜାରୋର କ୍ଲିନିକାଲ ପରୀକ୍ଷଣରେ ଏହା ଓଜନ ହ୍ରାସ, ଭୋକ ନିୟନ୍ତ୍ରଣ ସହ ରକ୍ତରେ ଶର୍କରାର ମାତ୍ରାକୁ କମାଇପାରୁଥିବା ନେଇ ଜଣାପଡ଼ିଥିଲା। ମୌନଜାରୋ ଇଞ୍ଜେକ୍‌ଶନ୍‌ର ୫ ଏମ୍‌ଜି ଭାଏଲର ଦାମ ଭାରତରେ ୪,୩୭୫ ଟଙ୍କା ରଖାଯାଇଥିବାବେଳେ ୨.୫ ଏମ୍‌ଜି ଭାଏଲର ମୂଲ୍ୟ ୩,୫୦୦ ଟଙ୍କା ରଖାଯାଇଛି। ଭାରତରେ ସମ୍ପ୍ରତି ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ରୋଗ ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହା ଦେଶର ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏଲି ଲିଲୀ ଇଣ୍ଡିଆର ସଭାପତି ଓ୍ବିନ୍‌ସେଲୋ ଟକର କହିଛନ୍ତି, ଭାରତରେ ପ୍ରାୟ ୧୦.୧ କୋଟି ଲୋକ ମଧୁମେହ ରୋଗରେ ପୀଡ଼ିତ ଏବଂ ମୋଟାପଣ ହେଉଛି ମଧୁମେହ ରୋଗର ଏକ ପ୍ରମୁଖ କାରଣ। ଭାରତରେ ଡାଇବେଟିସ୍‌ ଏବଂ ମେଦ ବହୁଳତା ସମ୍ପର୍କିତ ସଚେତନତା ବୃଦ୍ଧି ଏବଂ ଚିକିତ୍ସା ବିକଳ୍ପଗୁଡ଼ିକୁ ଉନ୍ନତ କରିବା ପାଇଁ ଏଲି ଲିଲୀ କମ୍ପାନୀ ପକ୍ଷରୁ ସରକାର ଏବଂ ସ୍ବାସ୍ଥ୍ୟସେବା ଶିଳ୍ପଗୁଡ଼ିକ ସହ ମିଳିତ ଭାବେ କାମ କରାଯାଉଛି। ମେଦ ବହୁଳତା ଏବଂ ମଧୁମେହରେ ପୀଡ଼ିତ ଥିବା ଲୋକଙ୍କୁ ସୁସ୍ଥ ଜୀବନ ଯାପନ ବିତାଇବା ପାଇଁ ସାହାଯ୍ୟ କରିବା ହେଉଛି କମ୍ପାନୀର ମୂଳ ଉଦ୍ଦେଶ୍ୟ। ମୌନଜାରୋ ଲୋକଙ୍କ ମୋଟାପଣକୁ କମାଇବା ସହ ଓଜନ ହ୍ରାସ କରିବାରେ ଏକ ନୂତନ ଏବଂ ପ୍ରଭାବଶାଳୀ ଉପାୟ ଭାବେ ପ୍ରମାଣିତ ହେବ ବୋଲି ଓ୍ବିନ୍‌ସେଲୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ମୌନଜାରୋର ରାସାୟନିକ ନାମ ହେଉଛି ତିର୍ଜେପାଟାଇଡ୍‌। ସମ୍ପ୍ରତି ଡାଇବେଟିସ୍‌ ଏବଂ ଓଜନ ହ୍ରାସ ପାଇଁ ଏହି ଇଞ୍ଜେକ୍‌ଶନ୍‌ ବ୍ରିଟେନ୍‌ ସମେତ ୟୁରୋପର ବିଭିନ୍ନ ଦେଶରେ ବିକ୍ରି ହେଉଛି। ଆମେରିକାରେ ମେଦ ବହୁଳତାକୁ କମ୍‌ କରିବା ପାଇଁ ‘ଜେପ୍‌ବାଉଣ୍ଡ’ ନାମରେ ଏଲି ଲିଲୀ କମ୍ପାନୀ ପକ୍ଷରୁ ଇଞ୍ଜେକ୍‌ଶନ୍‌ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କ ସହ ୩ ପିଲାଙ୍କୁ ଗୁଳି କରି ହତ୍ୟା କଲେ ଭାଜପା ନେତା, ଘଟଣା ଦିନ… 

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶ ଶାହାରନପୁରର ସଂଠେଡା ଗ୍ରାମରେ ଶନିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖରାଦିନରେ ଏହି ୫ ଫଳ ସବୁଠୁ ଉପକାରୀ, ନିୟନ୍ତ୍ରଣରେ ରହିବ ବ୍ଲଡ୍‌ ସୁଗାର…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗ୍ରୀଷ୍ମଋତୁ ଚ୍ୟାଲେଞ୍ଜିଂ ହୋଇପାରେ। କାରଣ ଗରମ ଏବଂ ଝାଳ ଯୋଗୁ ବ୍ଲଡ୍‌ ସୁଗାର ବୃଦ୍ଧି ପାଇପାରେ। ଏପରି ପରିସ୍ଥିତିରେ ସଠିକ୍‌ ଖାଦ୍ୟ...

ଖରାଦିନେ ଓଜନ ଶୀଘ୍ର କେମିତି କମାଇବେ, ଜାଣନ୍ତୁ ସହଜ ଉପାୟ

ଖାଦ୍ୟପେୟ ଏବଂ ଜୀବନଶୈଳୀରେ ବିଭ୍ରାଟ ଯୋଗୁଁ, ଅଧିକାଂଶ ଲୋକ ଓଜନ ବୃଦ୍ଧି ସମସ୍ୟାରେ ପୀଡିତ। ଲୋକମାନେ ନିଜର ଓଜନ କମାଇବା ପାଇଁ ଡାଏଟିଂ ଏବଂ ତୀବ୍ର...

ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।...

ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ...

Post Officeର ଏହି ଦମଦାର ସ୍କିମ୍‌ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ

ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର...

ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍‌ ରିପୋର୍ଟରେ କ’ଣ କ’ଣ ଅଛି?

ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ...

ଡିଲିମିଟେଶନ ଆଉ ୨୫ ବର୍ଷ ଘୁଞ୍ଚୁ

ଚେନ୍ନାଇ,୨୩ା୩(ପି.ଟି.): କେନ୍ଦ୍ର ସରକାରଙ୍କ ଡିଲିମିଟେଶନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆହୂତ ଡିଏମ୍‌କେ ନେତୃତ୍ୱାଧୀନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image