Categories: ଫୁରସତ

ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁ ମିଠା ବାଣ୍ଟିଲେ ବୃଦ୍ଧ: ଲୋକେ କହିଲେ ଏମିତି…

ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ମୂଲ୍ୟ ବୃଦ୍ଧିକୁ ନେଇ ସମଗ୍ର ଦେଶ ଏବେ ଅସୁବିଧାରେ ପଡ଼ିଛି। ଏହି ବର୍ଦ୍ଧିତ ମୂଲ୍ୟର ପ୍ରଭାବ ପ୍ରତ୍ୟେକ୍ଷ ଭାବରେ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଫଳ ଉପରେ ପଡ଼ିଛି। ଏପରି ପରିସ୍ଥତିରେ ସାଧାରଣ ଲୋକଙ୍କୁ ସବୁଦିଗରୁ ମହଙ୍ଗାମାଡ଼ ଭୋଗିବାକୁ ପଡ଼ୁଛି। ଏହାରି ମଧ୍ୟରେ ଜଣେ ବୃଦ୍ଧଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବୃଦ୍ଧ ପେଟ୍ରୋଲ ଦର ବୃଦ୍ଧି ଯୋଗୁ ଖୁସିରେ ଲୋକଙ୍କୁ ମିଠା ବାଣ୍ଟୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ବିହାରର ଦରଭଙ୍ଗା ସହରର ବୋଲି ଜଣାପଡ଼ିଛି। ବୃଦ୍ଧଜଣଙ୍କ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଅଟକାଇ ସେମାନଙ୍କୁ ମିଠା ଖୁଆଉଛନ୍ତି। ଏଥିସହ ସେ କହୁଛନ୍ତି, ମୋଦି ଜୀ ଇତିହାସ ରଚିଲେ। ଆପଣମାନେ ଖୁସି ମନାନ୍ତୁ ଏବଂ ମିଠା ଖାଆନ୍ତୁ। ପୋଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ପାର କଲା ବୋଲି ସେ କହୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି। ଏହା ବିରୋଧର ସବୁଠାରୁ ଭଲ ଶୈଳୀ ବୋଲି ଲୋକମାନେ କହୁଛନ୍ତି।

Share