ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା କଡା ପଦକ୍ଷେପ ନେଉଛନ୍ତି। ରାତି ୮ଟା ପରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଥିବା ସମସ୍ତ ଚା’ ଦୋକାନ ଓ ଢାବା ହୋଟେଲ ମାନ ବନ୍ଦ କରିବାକୁ ନିର୍ଦେଶନାମା ଜାରି କରି ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଜନସାଧାରଣ ସ୍ବାଗତ କରି ଏସପିଙ୍କୁ ପ୍ରଶଂସା କରିଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ପୁରୁଷୋତ୍ତମପୁର ପୋଲିସ ରାତ୍ର ଠିକ ୮ ପରେ ପୁରୁଷୋତ୍ତମପୁର ସହରରେ ପୋଲିସ ଗାଡିରେ ସାଇରନ ମାରି ଦୋକାନୀମାନଙ୍କୁ ସଜାଗ କରି ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ଯେଉଁ ମଦ ପିଇବା କାରଣରୁ ହିଂସା ଘଟୁଛି ତାହାକୁ ବନ୍ଦ କରାଯାଉନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୁଲୁମଖୁଲା ଭାବେ ଦୋକାନ ଖୋଲି ମଦ ବିକ୍ରି ଚାଲୁରହିଛି। ଏପରି ତିନିଦିନ ହେଲା ରାତି ୮ଟାରେ ସହରର ସମସ୍ତ ଦୋକାନମାନ ବନ୍ଦ ହୋଇଯାଉଥିବାବେଳେ ଆସିକା-ହୁମା ୧୩୧ ନମ୍ବର ରାଜ୍ୟ ରାଜପଥର ପାର୍ଶ୍ୱରେ କାଳୀମନ୍ଦିର ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ସହ ବିଭିନ୍ନ ସ୍ଥାନରେ ଥିବା ଦେଶୀ ମଦ ଦୋକାନମାନ ଖୋଲା ରହି ବିକ୍ରି ଚାଲୁଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିଆ ଦେଖାଦେଇଛି। ଏଭଳି ମଦ ଦୋକାନକୁ ଖୋଲାରଖି ଚା’ ଓ ଅନ୍ୟ ସମସ୍ତ ଦୋକାନ ବନ୍ଦରଖିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ନା ଏଠିକା ପୋଲିସ ମଦବେପାରୀଙ୍କ ସହ ସାଲିସ ହୋଇ ଦୋକାନ ବନ୍ଦ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଏପରିକି କିଛି ବ୍ୟବସାୟୀ ଏହା ପୋଲିସର ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ବୋଲି କହୁନ୍ତି। ପାତର ଅନ୍ତର ନ କରି ସମସ୍ତ ବ୍ୟସାୟୀଙ୍କ ପ୍ରତି ସମାନ ନିୟମ କରିବା ଲାଗି ଗଞ୍ଜାମ ଏସପି ଦୃଷ୍ଟି ଦେବାକୁ ଛୋଟଛୋଟ ବ୍ୟବସାୟୀ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri