Posted inଫୁରସତ

ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ

ୱାଶିଂଟନ୍‌:ତେବେ ପିଲାଙ୍କ ପରୀକ୍ଷାକୁ ନେଇ ଆମେରିକାର କାଲିଫର୍ନିଆର ଏକ ବିଦ୍ୟାଳୟରୁ ଗୋଟିଏ ଆଶ୍ଚର୍ଯକର ଘଟଣା ସାମ୍‌ନାକୁ ଆସିଛି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ଏକ ଅଜବ ଆଦେଶକୁ ନେଇ ବିବାଦ ଦେଖାଦେଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ କରିଥିବା ନିୟମ ଅନୁଯାୟୀ, ଯଦି ସେ କ୍ଲାସ୍‌ ନେଉଥିବା ସମୟରେ କୌଣସି ଛାତ୍ରୀଛାତ୍ର ଓ୍ବାଶ୍‌ରୁମକୁ ଯାଆନ୍ତି ନାହିଁ, ତେବେ ସେମାନଙ୍କୁ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। କେବଳ ଏତିକି ନୁହେଁ, ଉକ୍ତ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ବାଥ୍‌ରୁମ ପାସ୍‌ ମଧ୍ୟ ଦେଇଛନ୍ତି। ଶିକ୍ଷୟିତ୍ରୀଙ୍କ ଏପରି ନିୟମକୁ ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିରୋଧ କରିଛନ୍ତି। ଶିକ୍ଷୟିତ୍ରୀ ଜଣକ ସ୍କୁଲ୍‌ରେ ବାଥ୍‌ରୁମ୍‌ ପଲିସି ଜାରି କରିଥିବା ନେଇ ଜଣେ ଅଭିଭାବକ ଗୁରୁବାର ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିଭାବକ ଜଣକ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ତାଙ୍କ ଝିଅ ପଢ଼ୁଥିବା ସ୍କୁଲ୍‌ରେ ଜଣେ ଗଣିତ ଶିକ୍ଷୟିତ୍ରୀ ଏକ ଅଜବ ନିୟମ ବାହାର କରିଛନ୍ତି। ନିୟମ ଅନୁଯାୟୀ, ପ୍ରତି ସପ୍ତାହରେ ପିଲାମାନଙ୍କୁ ଗୋଟିଏ ଲେଖାଏ ବାଥ୍‌ରୁମ ପାସ୍‌ ମିଳିବ। ତେବେ ଯେଉଁ ଯେଉଁ ଛାତ୍ରୀଛାତ୍ର ଏହି ପାସ୍‌କୁ ବ୍ୟବହାର କରିବେ ନାହିଁ, ସେମାନଙ୍କୁ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏହି ନିୟମ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଦର୍ଶାଇ ସେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏକ ଇ-ମେଲ୍‌ ପଠାଇଥିବା ନେଇ ଉକ୍ତ ଅଭିଭାବକ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image