Categories: ଫୁରସତ

ଅଜବ ସ୍କୁଟର: ଦେଖିବାକୁ ଓଲଟା, ଗଡୁଛି ସିଧା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଯୁବକ ଏକ ଅଜବ ସ୍କୁଟର ଚଳାଉଥିବାର ନଜର ଆସିଛନ୍ତି। ସ୍କୁଟରକୁ ଏପରି ରୂପାନ୍ତରିତ କରାଯାଇଛି ଯେ, ଦେଖାଯାଉଛି ଆରୋହୀ ଏହାକୁ ଓଲଟା ଚଢୁଛନ୍ତି। ଏହାର ଡିଜାଇନ ଅନ୍ୟ ସ୍କୁଟରଠାରୁ ଭିନ୍ନ ହୋଇଛି। ଫଳରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଉକ୍ତ ସ୍କୁଟରକୁ ସବୁଠୁ ଅଦ୍ଭୁତ ସ୍କୁଟର କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭିଡିଓ ଆରମ୍ଭରେ ସ୍କୁଟରର ଆଗ ଭାଗ ପଛପଟ ପରି ଦେଖାଯାଏ। ଏହି ସ୍କୁଟର ହେଉଛି ଭେସ୍ପା କମ୍ପାନୀର। ଯାହା କଳା ରଙ୍ଗର ଅଟେ। ଫୁଟର୍‌ ସିଟ୍‌ରେ ବସିଥିବା ଜଣେ ଯୁବକ ସ୍କୁଟର ଚଳାଉଥିବା ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଏକ ଚେ୍‌କ ଶର୍ଟ ଏବଂ ହଳଦିଆ ପ୍ୟାଣ୍ଟ ପିନ୍ଧିଛନ୍ତି। ତାଙ୍କ ଆଖିରେ ଚଷମା ଅଛି। ସେ ମଧ୍ୟ ମୁଣ୍ଡରେ ହେଲମେଟ ପିନ୍ଧିଛନ୍ତି। ସ୍କୁଟର ଆଗରେ ପାର୍ଶ୍ୱ ଦର୍ପଣ ଏବଂ ବୁଲେଟ ସାଇଲେନ୍ସର ମଧ୍ୟ ରହିଛି।

ଯେତେବେଳେ ଯୁବକ ଜଣକ ଏହି ସ୍କୁଟରରେ ରାସ୍ତାରେ ଯାଉଥିଲେ ତାଙ୍କୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁଥିବା ଭିଡିଓରେ ଦେଖିବାକୁ ମିଳିଛି।
‘pb13_sangrur_walle’ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଏକ ପଞ୍ଜାବୀ ଗୀତ ମଧ୍ୟ ଶୁଣିବାକୁ ମିଳୁଛି।

ଗୋଟିଏ ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓ ବର୍ତ୍ତମାନ ସୁଦ୍ଧା ୬୦୦ରୁ ଅଧିକ ଲାଇକ୍‌ ପାଇଛି। ଲୋକମାନେ ମଧ୍ୟ ସ୍କୁଟରର ଡିଜାଇନକୁ ପସନ୍ଦ କରୁଛନ୍ତି। ସେଥିପାଇଁ ସେ କମେଣ୍ଟ ସେକ୍ସନରେ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ଭିଡିଓ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ, ଏହି ସ୍କୁଟରଟି ଚଲାଇବା ପାଇଁ ଏହି ଯୁବକ କିପରି ବାଲାନ୍ସ ବା ଭାରସାମ୍ୟ ରକ୍ଷା କରୁଛନ୍ତି। କାରଣ ଏହି ସ୍କୁଟରଟି ଓଲଟା ଗତି କରୁଥିବା ଦେଖାଯାଏ। ମାତ୍ର ଏହା ସିଧା ହିଁ ଗତି କରୁଛି। କେବଳ ଏହା ଯାହା ଓଲଟା ପରି ଦେଖାଯାଉଛି।

Share