Categories: ଫୁରସତ

ମାର୍କେଟକୁ ଆସିଲା ଏପରି ଜିନ୍ସ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସମୟ ସହ ଫ୍ୟାଶନ ଟ୍ରେଣ୍ଡ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ଯୁବପିଢିଙ୍କ ଚାହିଦାକୁ ଦେଖି ମାର୍କେଟକୁ ନୂଆ ଡିଜାଇନର ଡ୍ରେସ ଆସୁଛି। କିନ୍ତୁ ମଝିରେ ମଝିରେ ଏପରି ଫ୍ୟାଶନ ଟ୍ରେଣ୍ଡ ଦେଖିବାକୁ ମିଳେ ଯେ ଯାହାକୁ ଦେଖି ଆପଣ ତାଜୁବ ହୋଇଯିବେ। ନିକଟରେ ସୋସିଆଲ ମିଡିଆରେ ଏକ ନୂଆ ଡିଜାଇନର ରିପଡ ଜିନ୍ସ ଭାଇରାଲ ହେଉଛି, ଯାହାକୁ ଆପଣ କେବେ ବି ଦେଖି ନ ଥିବେ। ଏହି ଜିନ୍ସକୁ ଦେଖିବା ସହ ଏହାର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏପରି ଜିନ୍ସ ଆପଣ ଆଗରୁ କେବେ ଦେଖି ନ ଥିବେ। ଏହି ଜିନ୍ସର ଲମ୍ବ କେବଳ ଅଣ୍ଟା ଯାଏଁ ରହିଛି। ଅର୍ଥାତ୍‌ ସର୍ଟ ପ୍ୟାଣ୍ଟ ଠାରୁ ଏହା ଆହୁରି ଛୋଟ। ଫ୍ୟାଶନ ଚକ୍କରରେ ଏହାକୁ ଟ୍ରେଣ୍ଡିଂ କରିବା ପାଇଁ ଏପରି ଷ୍ଟାଇଲ କରାଯାଇଛି। ଏହାର ଦାମ୍‌ ରହିଛି ୧୬୯୯।

Share