ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଲମାନ୍‌ଙ୍କ ଏଣ୍ଟ୍ରି

ସାଉଥ ସିନେମାର ବଢୁଥିବା ଲୋକପ୍ରିୟତା ଦେଖି ଏବେ ବଲିଉଡ ତାରକାମାନେ ଟଲିଉଡ ଆଡକୁ ମୁହାଁଉଛନ୍ତ। ଅଜୟ ଦେବଗନଙ୍କ ପରେ ଆଲିଆ ଭଟ୍ଟ ଏବେ ସଲମାନ ଖାନ ମଧ୍ୟ ସାଉଥ ଫିଲ୍ମ ଜଗତରେ ପ୍ରବେଶ କରିଛନ୍ତି। ତାଙ୍କୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଗଡଫାଦରରେ ଦେଖିବାକୁ ମିଳିବ।
ଚିରଞ୍ଜୀବୀ ନିଜେ ସୋସିଆଲ ମିଡିଆରେ ସଲମାନଙ୍କ ସହ ଏକ ଫଟୋ ଶେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଫଟୋରେ ଉଭୟ ଫୁଲ ତୋଡା ଧରିଥିବାର ଦେଖାଯାଏ। ଯାହାର କ୍ୟାପସନରେ ଚିରଞ୍ଜୀବୀ ଲେଖିଛନ୍ତି -ଗଡଫାଦରରେ ଭାଇ ସଲମାନ ଖାନଙ୍କୁ ସ୍ବାଗତ। ତୁମର ଏଣ୍ଟ୍ରି ସମସ୍ତଙ୍କ ଉତ୍ସାହ ବୃଦ୍ଧି କରିଛି। ତୁମ ସହିତ ସ୍କ୍ରିନ ଶେୟାର ନିହାତି ଖୁସିର ବିଷୟ।
ଗଡଫାଦର ହେଉଛି ମାଲାୟଲମ ଫିଲ୍ମ ଲୁସିଫର୍‌୍‌ର ତେଲୁଗୁ ରିମେକ। ଲୁସଫିରରେ ମୋହନଲାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଚିରଞ୍ଜୀବୀ ଗଡଫାଦରରେ ଏହି ଭୂମିକାରେ ଅଭିନୟ କରୁଛନ୍ତି। ସେହି ସମୟରେ ବିବେକ ଓବରୟ ମଧ୍ୟ ଲୁସିଫର୍‌ରେ ଥିଲେ। ସେ ଭିଲେନ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ଫିଲ୍ମରେ ଆଉ ଏକ ଚରିତ୍ର ଅଛି, ଯେଉଁଥିଲେ ପ୍ରୀତିରାଜ ସୁକୁମାରନ ଅଭିନୟ କରିଥିଲେ। ଏଭଳି ପରିସ୍ଥିତିରେ ସଲମାନ ପ୍ରୀତିରାଜ ସୁକୁମାରନଙ୍କ ଚରିତ୍ରରେ ଅଭିନୟ କରିବେ ନା ବିବେକଙ୍କ ପରି ଭିଲେନ ହେବେ ତାହାକୁ ନେଇ ଚର୍ଚ୍ଚା ହେଉଛି।
ଆଲିଆ ଏବଂ ଅଜୟ ଦେବଗାନ ମଧ୍ୟ ଆରଆରଆର ସହିତ ସାଉଥ୍‌ରେ ଡେବ୍ୟୁ କରିଥିଲେ। ମାର୍ଚ୍ଚ ୨୫ରେ ଆର୍‌ଆର୍‌ଆର୍‌ ରିଲିଜ ହେବା ସହିତ ଉଭୟ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗାନ ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 

Share