Categories: ବାଣିଜ୍ୟ

ବିଜିୟୁ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୩୧।୭: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବ ଜରିଆରେ ୨୦୨୩-୨୪ ଶିକ୍ଷାବର୍ଷର ବିବିଏ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମିକ୍ଟ ମବର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଗହୀର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୁମିନସ୍‌ ଇନ୍‌ଫୋ ୱେଜ୍‌ର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବିଜିୟୁର କୁଳପତି ପ୍ରଫେସର ପି.ପି. ମାଥୁର ଛାତ୍ରୀଛାତ୍ରମାନଙ୍କ ବ୍ୟକ୍ତିତ୍ୱକୁ ଆହୁରି ପ୍ରସ୍ଫୁଟିତ କରିବା ପାଇଁ ବିଜିୟୁ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ।
ସେ ଛାତ୍ରୀଛାତ୍ରମାନଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖିବାକୁ ଉପଦେଶ ଦେଇଥିଲେ। ସେ ନିର୍ମା, ମାକ୍‌ଡୋନାଲ୍ଡସ ଏବଂ କେଏଫ୍‌ସି ଭଳି ବ୍ରାଣ୍ଡ୍‌ର ଉଦାହରଣ ଦେଇଥିବା ସହ ଏହାର ପ୍ରତିଷ୍ଠାତାମାନେ କିପରି ସ୍ବପ୍ନକୁ ବାସ୍ତବତାରେ ପରିଣତ କରିଥିଲେ ସେ ବିଷୟରେ ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇଥିଲେ। ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ.ଦାସ ଛାତ୍ରୀଛାତ୍ରମାନଙ୍କୁ କର୍ତ୍ତବ୍ୟନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ।

ବିର୍ଲ୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ଡ. ପରମେଶ୍ୱର ନାୟକ କହିଥିଲେ ଯେ,ନିଜକୁ ସମସ୍ତ ପରିସ୍ଥିତିରେ ପ୍ରସ୍ତୁତ କରି ରଖିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ସେ ସଧାରଣ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସ୍ବପ୍ନ ଦେଖି ଏହାକୁ ସାକାର କରିବାର ସାହସ ରଖିବାକୁ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ମହାନ୍ତି ବିବିଏ ପାଠ୍ୟକ୍ରମକୁ ଆପଣେଇବା ସମୟରେ ନିଜର ଦକ୍ଷତାକୁ ଆବିଷ୍କାର କରିବାକୁ ଉପଦେଶ ଦେଇଥିଲେ ଏବଂ ଛାତ୍ରୀଛାତ୍ରମାନଙ୍କୁ ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ। ଗହୀର ଅମୁଲର ସଫଳ କାହାଣୀ ଉଦାହରଣ ଦେଇଥିଲେ। ବିବିଏ କୋର୍ସ କୋଅର୍ଡିନେଟର ସତ୍ୟକାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share