Categories: ବାଣିଜ୍ୟ

ବିଜିୟୁର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ଯଥା ଆଇନ, ବାଣିଜ୍ୟ, ବିଜ୍ଞାନ ଏବଂ ହ୍ୟୁମାନିଟିଜ ଓ ଆପ୍ଲାଏଡ ସାଇନ୍ସର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ସି.ଏମ.ଏ ଶିବ ପ୍ରସାଦ ପାଢ଼ୀ, ପୂର୍ବତନ ଚେୟାରମ୍ୟାନ, ଆଇସିଏଆଇ, ଭୁବନେଶ୍ୱର, ଡ. କିରଣ କୁମାର ପ୍ରଧାନ, ରେଜିଷ୍ଟ୍ରାର ଓ ଆରଇଏଟି ପ୍ରଫେସର ଜୟଦେବ ପତି, ସୋଆ ୟୁନିଭରସିଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏ ସମ୍ପର୍କରେ ବିଜିୟୁର ଭିସି ପ୍ରଫେସର ପି.ପି.ମାଥୁର କହିଥିଲେ, ସଫଳତାର ସ୍ବପ୍ନ ଛାତ୍ରୀଛାତ୍ରମାନେ ଦେଖିବା ଉଚିତ, ହେଲେ ସଫଳତା ପାଇଁ କଠିନ ପରିଶ୍ରମ ଓ ଅଧ୍ୟବସାୟର ମଧ୍ୟ ଭୂମିକା ରହିଛି। ସେହିଭଳି ବିଜିୟୁ ରେଜିଷ୍ଟ୍ରାର ବି.କେ.ଦାସ ଛାତ୍ରୀଛାତ୍ରମାନଙ୍କୁ ଶାରୀରିକ ଓ ମାନସିକ ଭାବେ ନିଜକୁ ଠିକ୍‌ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଜିୟୁର ଡିନ୍‌ ଡ. ସାମସନ୍‌ ମହାରଣା ସ୍ବାଗତ ଅଭିଭାଷଣ ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଡିନ୍‌ ଡ.ଲଳିତ କୁମାର ଦେବ ଆଇନ ଛାତ୍ରୀଛାତ୍ରମାନଙ୍କୁ ବିଷୟଭିତ୍ତିକ ପରାମର୍ଶମାନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୟୁନିଭରସିଟିର ବିଭିନ୍ନ ସ୍କୁଲର ଡିନ୍‌, ଫାକଲଟି ମେମ୍ବର, ଅଭିଭାବକଙ୍କ ସମେତ ସମସ୍ତ ନବାଗତ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। ଡ. ମାନସ କୁମାର ପାଲ ଉପସ୍ଥିତ ସଦସ୍ୟବୃନ୍ଦଙ୍କୁ ଧନ୍ୟବାଦ ସହ ନୂତନ ଶିକ୍ଷା ବର୍ଷ ପାଇଁ ଶୁଭେଚ୍ଛା ଜଣାଇଥିଲେ ା

Share