ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ କାଟିଙ୍ଗିଆ, ସରାମୁଳି, ଦାସିଙ୍ଗବାଡି, ଭ୍ରମରବାଡି, ଶିକରମାହା, ପର୍ତ୍ତମାହା ଆଦି ୨୫ ପଞ୍ଚାୟତ ଅଞ୍ଚଳରେ ରହିଥିବା ଚର୍ଚ୍ଚ, ପ୍ରାର୍ଥନା ଗୃହରେ ଏହି ଦିବସ ପାଳନ କରାଯାଉଛି। ଏଥିପାଇଁ କେକ କଟା ସହ ସାମୁହିକ ପ୍ରାର୍ଥନା, ବାଇବଲ ପଠନ କରାଯାଇଛି। ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ପରିବାରର ଉନ୍ନତି, ସୁସ୍ଥ ରହିବା ପାଇଁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରି ଚଳିତ ବର୍ଷ କିଭଳି ସୁଖଶାନ୍ତିରେ କଟିବ ସେନେଇ ପ୍ରାର୍ଥନା କରିଥିଲେ।
ସେହିପରି ନୂତନ ବର୍ଷକୁ ସମସ୍ତ ଜାତିଧର୍ମର ଲୋକମାନେ ମଧ୍ୟ ପାଳନ କରିବା ସହ ହିନ୍ଦୁ ଧର୍ମାଲମ୍ବୀମାନେ ବିଭିନ୍ନ ମନ୍ଦିର ଏବଂ ମଠକୁ ଯାଇ ନୂତନ ୨୦୨୫ ବର୍ଷଟି କିଭଳି ସୁଖ, ଶାନ୍ତି ଓ ପରିବାରର ସ୍ବାସ୍ଥ୍ୟ ଆର୍ଥିକ ସ୍ଥିତିରେ ସୁଦୃଢ଼ ହେବ ସେନେଇ ପୂଜାର୍ଚ୍ଚନା କରୁଛନ୍ତି। ଦାରିଙ୍ଗବାଡି ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ସମେତ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର, ବ୍ରାହ୍ମଣୀଗାଁରେ ଶିବ ମନ୍ଦିର ସିମନବାଡି ର ଜଗନ୍ନାଥ, ପାଟ୍ଟଖଣ୍ଡା, ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସେହିପରି ଅଞ୍ଚଳବାସୀ ଓ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ବଣଭୋଜି କରି ପରିବାର, ସାଙ୍ଗସାଥିଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପରସ୍ପରଙ୍କୁ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ଜଣଙ୍କ ଜୀବନ

ବାଲେଶ୍ୱର,୧୮ା୪: ବାଲେଶ୍ୱର ଜିଲା ରେମୁଣା ଜଗନ୍ନାଥପୁର ଗାଁରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫକୀରମୋହନ ଗୋଲେଇରେ ଏକ ବିରାଟ କଦମ୍ବ ଗଛ ଭାଙ୍ଗି...

Pakistani Dating App: ପାକିସ୍ତାନରେ ଚହଳ ପକାଇଛି ଏହି ଡେଟିଂ ଆପ୍‌, ଅନଲାଇନରେ ପ୍ରେମ ଖୋଜୁଛନ୍ତି ଯୁବପିଢି

ଇସଲାମବାଦ,୧୮।୪: ଏବେ ଅନେକ ଯବୁପିଢି ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଡେଟିଂ ଆପ୍‌ରେ ସେମାନେ ନିଜ ଜୀବନସାଥୀ ମଧ୍ୟ ପାଇ ପାରୁଛନ୍ତି। ତେବେ ଭାରତରେ...

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ...

କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ

ନନ୍ଦପୁର,୧୮ା୪ (ତୁଷାରକାନ୍ତ ମହାନ୍ତି): ନନ୍ଦପୁର ବ୍ଲକ୍‌ ବିଲାପୁଟ ପଞ୍ଚାୟତ କଣ୍ଟା ଗ୍ରାମର ଶୁକ୍ରି ହନ୍ତାଳ(୭୪) ବୁଧବାର ସକାଳୁ ନିଖୋଜ ଥିବା ବେଳେ ଶୁକ୍ରବାର ତାଙ୍କ ମୃତଦେହ...

ଚମକାଇଲା ଆଉ ଏକ ଭବିଷ୍ୟବାଣୀ, ପୁଣି ଏହି ମସିହାରେ ଫେରିବ କରୋନା ମହାମାରୀ, କରିବ ନରସଂହାର!

ବାବା ଭେଙ୍ଗାଙ୍କଠାରୁ ଆରମ୍ଭ କରି ନେଷ୍ଟ୍ରାଡାମସଙ୍କ ପର୍ଯ୍ୟନ୍ତ, ଏପରି ଅନେକ ଭବିଷ୍ୟବାଣୀ କରାଯାଇଛି ଯାହା ବିଶ୍ୱକୁ ହଲାଇ ଦେଇଛି। ଏହି ଭବିଷ୍ୟବାଣୀଗୁଡ଼ିକରେ ଜାପାନର ସୁନାମିଠାରୁ ଆରମ୍ଭ...

ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର...

ବାଡ଼ାବାଙ୍ଗା ସେବାଶ୍ରମରେ ମହୁମାଛି ଆକ୍ରମଣ ଘଟଣା: ବସା ନଷ୍ଟ କଲା ବନ ବିଭାଗ, ସ୍ଥିତି ପରଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣାରେ ସ୍ଥାନୀୟ୨ ପ୍ରଶାସନର ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବନ...

ପରିବାର କିମ୍ବା ସାଙ୍ଗସାଥୀ ଛାଡିବାକୁ ଆଉ ଯାଇପାରିବେନି ରେଲଓ୍ବେ ଷ୍ଟେଶନ, ଭାରତୀୟ ରେଲଓ୍ବେର ବଡ଼ ନିଷ୍ପତ୍ତି!

ମୁମ୍ବାଇ,୧୮।୪: ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଚର୍ଚଗେଟ, ମରିନ ଲାଇନ୍ସ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image