Categories: ଖେଳ

ଅଂଶୁମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଆଇଏସ୍‌ଟିଏଫ୍‌ ଓ୍ବାଲର୍‌ଡ ଟୁର୍‌ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତି ଫେରିଥିବା ଓଡ଼ିଶାର ଅଂଶୁମାନ ବାବୁଙ୍କୁ ଭୁବନେଶ୍ୱରରେ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ଅଂଶୁମାନ ୨୧ ବର୍ଷରୁ କମ୍‌ ବର୍ଗରେ ସୂର୍ଯ୍ୟାକାଶଙ୍କ ସହ ପାର୍ଟନର ହୋଇ ଏହି ସଫଳତା ପାଇଥିଲେ। ଏହି ଅବସରରେ ଓଡ଼ିଶା ସଫ୍ଟ ଟେନିସ ଆସୋସିଏଶନ ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ତଥା କୋଚ୍‌ ମହମ୍ମଦ ଆଜାମ, ସତୀଶ କୁମାର ବିଶ୍ୱକର୍ମା, ବାସୁଦେବ ଓଝା, ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତା ଜୁଲାଇ ୨୬ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

Share