Categories: ବାଣିଜ୍ୟ

ବିଜିୟୁର ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୩।୮: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ନବାଗତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବିବିଏ, ବି.କମ୍‌ ଓ ଏମ୍‌.କମ୍‌ର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦୁଇଟି ଅଧିବେଶନ ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିଭଳି ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଡ. ସୁଧାଂଶୁ ଷଡ଼ଙ୍ଗୀ (ଆଇପିଏସ୍‌, ଡିଜି ଫାୟାର ଆଣ୍ଡ ଏମର୍ଜେନ୍ସି ସର୍ଭିସେସ୍‌, କମାଣ୍ଡାଣ୍ଟ ଜେନେରାଲ, ହୋମ୍‌ ଗାଡ୍ସ ଆଣ୍ଡ ଡାଇରେକ୍ଟର, ସିଭିଲ ଡିଫେନ୍ସ, ଓଡ଼ିଶା) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସୌରଜିତ କର (ଜୋନାଲ ମୁଖ୍ୟ ନାଏରା ଏନର୍ଜି) ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଡ. ଷଡ଼ଙ୍ଗୀ ଛାତ୍ରୀଛାତ୍ରମାନଙ୍କୁ ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଉପରେ ସମ୍ବୋଧିତ କରିଥିଲେ। ସେହିପରି ସ୍କୁଲ ଅଫ୍‌ କମର୍ସ କାର୍ଯ୍ୟକ୍ରମରେ ସିଏ ରାଜୀବ ଶେଖର ସାହୁ (ପ୍ରିନ୍ସିପାଲ ପାର୍ଟନର ଏସ୍‌ଆର୍‌ବି ଆଣ୍ଡ ଆସୋସିଏଟ୍ସ) ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଣିଜ୍ୟ,ଆର୍ଥିକ ସାକ୍ଷରତା ଓ ରୋଜଗାର ଅନ୍ତର୍ଗତ ବିପଦ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଲ୍ଲେଖଯାଗ୍ୟ, ଉଭୟ କାର୍ଯ୍ୟକ୍ରମରେ ବିଜିୟୁ କୁଳପତି ପ୍ରଫେସର ପି.ପି . ମାଥୁର, ବିଜିୟୁ ରେଜିଷ୍ଟ୍ରାର ଡ. ବି.କେ. ଦାସ ଓ ବିର୍ଲା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଡିନ୍‌ ଡ. ପରମେଶ୍ୱର ନାୟକ ଏବଂ ବିର୍ଲା ସ୍କୁଲ ଅଫ୍‌ କମର୍ସର ଡିନ୍‌ ସାମସନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ବିଜିୟୁର ବିଭିନ୍ନ ବିଭାଗର ଡିନ୍‌, ଫାକଲ୍ଟି ସଦସ୍ୟ, ଅଭିଭାବକ ଏବଂ ବିବିଏ, ବି.କମ୍‌ ଓ ଏମ୍‌.କମ୍‌ ପାଠ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ।

Share