Categories: ଫୁରସତ

ନବଜାତ ଶିଶୁକୁ ନୋଟ୍‌ରେ ସ୍ବାଗତ

ଲଣ୍ଡନ: ସାଧାରଣତଃ ପରିବାରରେ ଶିଶୁ ଜନ୍ମ ହେଲେ ଖୁସିର ମାହୋଲ ଖେଳିଯାଏ। ଘରେ ଭୋଜିଭାତ ଆୟୋଜନ କରାଯିବା ସହ ମହୋତ୍ସବ ପାଳନ କରାଯାଏ। ନିକଟରେ ଜଣେ ଦମ୍ପତି ତାଙ୍କ ଛୁଆ ଜନ୍ମରେ ତାକୁ ଭିନ୍ନ ଧରଣରେ ସ୍ବାଗତ କରିଛନ୍ତି, ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ହେଲେ ଲୋକେ ଏଥିରେ ସେ ଦମ୍ପତିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିଟେନର ଦମ୍ପତି ତାଙ୍କ ପିଲା ଜନ୍ମ ହେବା ପରେ ସେମାନେ ପିଲା ଉପରେ ୧୦୦ ଡଲାର ନୋଟ୍‌ ଗଦା କରିଦେଇଛନ୍ତି। ଯେଉଁଥିରେ କେବଳ ପିଲା ମୁହଁ ଦେଖାଯାଉଛି। ଏଥିରେ ଅନେକ ୟୁଜର୍ସ ପିଲା ପ୍ରତି ମା’-ବାପା ସତର୍କତା ଅବଲମ୍ବନ କରି ନ ଥିବା କହିଛନ୍ତି, ଯାହା ନବଜାତ ଶିଶୁ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

Share