Categories: ବାଣିଜ୍ୟ

ସ୍ପ୍ରିଣ୍ଟୋନିକ୍‌ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୩।୯: ସ୍ପ୍ରିଣ୍ଟୋନିକ୍‌ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ରିସର୍ଚ୍ଚ ବା ଷ୍ଟାର ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ପ୍ରିଣ୍ଟ୍ରୋନିକ୍‌ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଖୋର୍ଦ୍ଧା ନିକଟସ୍ଥ ଷ୍ଟାର ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ୧୫ ତମ ପ୍ରତିଷ୍ଠା ଦିବସ ଏବଂ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ଡିପ୍ଲୋମା ଓ ବିଟେକ୍‌ ଛାତ୍ରୀଛାତ୍ରମାନଙ୍କୁ କଲେଜ ପକ୍ଷରୁ ସ୍ବାଗତ କରାଯାଇଛି। ଏହି ଅବସରରେ କଲେଜର ଚେୟାରମ୍ୟାନ୍‌ ତ୍ରିନୟନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କଲେଜର ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍‌ ଇଂ ସଞ୍ଜୀବ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନବାଗତ ଛାତ୍ରୀଛାତ୍ରମାନଙ୍କୁ ବୈଷୟିକ ଶିକ୍ଷାର ସୁନ୍ଦର ବିନିଯୋଗ ଓ ଆଜିର ସମାଜରେ ଏହାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜର ଟ୍ରଷ୍ଟି ବୃନ୍ଦାବନ ସାହୁ, ବିଶ୍ୱରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି କଲେଜର ଅଧ୍ୟକ୍ଷ ଡ. ପୁରୋହିତ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପରିଚାଳିତ ହୋଇଥିଲାବେଳେ କଲେଜର ନିର୍ଦ୍ଦେଶକ ଇଂ ବିକାଶ ଦାଶ ନବାଗତ ଛାତ୍ରୀଛାତ୍ରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପରିଶେଷର କଲେଜର ବାର୍ଷିକ ପତ୍ରିକା ‘ସ୍ପ୍ରିଣ୍ଟୋନିକା’ ଉନ୍ମୋଚନ ହୋଇଥିଲା।

Share