ଗନିଙ୍କୁ ସ୍ବାଗତ କଲା ୟୁଏଇ

କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଗନି କେଉଁଠାରେ ଆତ୍ମଗୋପନ କରିଛନ୍ତି, ତାହା ଜଣା ପଡ଼ି ନ ଥିଲା। ତାଙ୍କୁ ଓ ତାଙ୍କ ପରିବାରକୁ ମାନବିକତା ଦୃଷ୍ଟିରୁ ସୁରକ୍ଷିତ ରଖିବାର ଦାୟିତ୍ୱ ଉଠାଇଛି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)। ଏଥିପୂର୍ବରୁ ଓମାନ କିମ୍ବା ତାଜିକସ୍ତାନ କିମ୍ବା ଉଜବେକିସ୍ତାନରେ ୭୨ ବର୍ଷୀୟ ଗନି ସପରିବାର ଆତ୍ମଗୋପନ କରିଥିବା ଅସ୍ପଷ୍ଟ ରିପୋର୍ଟ ପ୍ରକାଶ ପାଇଥିଲା।

ମାନବିକତା ଦୃଷ୍ଟିରେ ରଖି ରାଷ୍ଟ୍ରପତି ଗନିଙ୍କୁ ୟୁଏଇ ସ୍ବାଗତ କରିଛି। ଏହା ୟୁଏଇର ବୈଦେଶିକ ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ କୋଅପରେଶନ୍ସ ସ୍ପଷ୍ଟ କରିଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଗତ ରବିବାର ଆଫଗାନିସ୍ତାନରୁ ପଳାୟନ କରିବା ପୂର୍ବରୁ ରାଷ୍ଟ୍ରପତି ଗନି ଫେସବୁକରେ ଏକ ପୋଷ୍ଟ କରିଥିଲେ। ‘ତାଲିବାନ ଜିତିଗଲା। ମୁଁ ରକ୍ତପାତର ବନ୍ୟାକୁ ରୋକିବା ପାଇଁ ପଳାୟନ କରୁଛି’ ବୋଲି ପୋଷ୍ଟରେ ଉଲ୍ଲେଖ ଥିଲା। ସୂଚନାଯୋଗ୍ୟ, ଦୁଇ ଦଶନ୍ଧି ଧରି ହଜାର ହଜାର ଜୀବନ ନେଇଥିବା ତାଲିବାନ ମାତ୍ର ୧୦ ଦିନରେ କାବୁଲକୁ ଅକ୍ତିଆର କରିନେଇଥିଲା।

Share