ଛାତ୍ରୀଛାତ୍ରଙ୍କୁ ଚକୋଲେଟ୍‌ ଦେଇ ସ୍ବାଗତ

ବାଲେଶ୍ୱର ଅଫିସ, ୧।୩ – ମହାମାରୀ କରୋନା ଯୋଗୁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସୋମବାର ଖୋଲିଛି। ବାଲେଶ୍ୱର ଜିଲାର ପ୍ରାୟ ସମସ୍ତ ସ୍କୁଲର ଛାତ୍ରୀଛାତ୍ରମାନେ ଉତ୍ସାହର ସହ ଶ୍ରେଣୀକୁ ଆସିଥିବା ଲକ୍ଷ୍ୟ କରାଯାଇଛି। ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକମାନେ କୁନି କୁନି ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିବା ସହିତ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର ଲଗାଯାଇଥିଲ। ପିଲାଙ୍କୁ ସ୍ବାଗତ କରିବା ପାଇଁ ଶିକ୍ଷୟତ୍ରୀଶିକ୍ଷକମାନେ ଫୁଲ ଓ ବେଲୁନରେ ସ୍କୁଲ ପରିସରକୁ ସଜାଇଥିଲେ। ଛାତ୍ରୀଛାତ୍ରଙ୍କୁ ବନ୍ଦାପନା ସହ ଫୁଲ ଓ ଚକୋଲେଟ ଦେଇ ପ୍ରତ୍ୟେକ ଦିନ ସ୍କୁଲ ଆସିବାକୁ ବୁଝାଇଥଲେ। ସମସ୍ତଙ୍କ ମୁହଁରେ ମାସ୍କ ଥିବା ବେଳେ ସାମାଜିକ ଦୂରତା ରକ୍ଷା କରିଥିଲେ। ବିଦ୍ୟାଳୟକୁ ନ ଆସି ସେମାନେ ଅନଲାଇନରେ ପାଠପଢ଼ା ଜାରି ରଖିଥିବା ଛାତ୍ରୀଛାତ୍ରମାନେ କହିଛନ୍ତି ା କେତେକ ଅଭିଭାବକ ପିଲାଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବାକୁ ବିଦ୍ୟାଳୟକୁ ଆସିଥିଲେ।

Share