ନୂଆ ରାଜ୍ୟପାଳଙ୍କୁ ସ୍ବାଗତ, ଆଜି ଶପଥ

ଭୁବନେଶ୍ୱର, ୩୧ା୧୦(ଅସମାପିକା ସାହୁ):ଶପଥ ନେବାର ଦିନକ ପୂର୍ବରୁ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ସୋମବାର ଭୁବନେଶ୍ୱରସ୍ଥିତ ରାଜଭବନରେ ପହଞ୍ଚତ୍ଛନ୍ତି। ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ଆସିଛନ୍ତି। ରାଜଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଡିଜି ସୁନିଲ କୁମାର ବଂଶଲ ମଧ୍ୟ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ରାଜଭବନରେ ସମସ୍ତଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଝାଡ଼ଖଣ୍ଡରୁ ରାଜ୍ୟପାଳ ଦାସ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଯୋଗେ ସୋମବାର ସକାଳେ ପୁରୀରେ ପହଞ୍ଚତ୍ଥିଲେ। ସେ ପ୍ରଥମେ ପୁରୀ ରାଜଭବନରେ ପହଞ୍ଚତ୍ ମହୋଦଧିକୁ ଯାଇ ସୂର୍ଯ୍ୟୋଦୟ ଦେଖିଥିଲେ। ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଶ୍ରୀମନ୍ଦିରରୁ ବାହାରି ସ୍ଥାନୀୟ ରାଜଭବନକୁ ଫେରି ସେଠାରୁ ଭୁବନେଶ୍ୱର ଆସି ରାଜଭବନରେ ପହଞ୍ଚତ୍ଥିଲେ। ମଙ୍ଗଳବାର ସକାଳ ୮ଟା ୪୫ରେ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଶପଥ ପାଠ ସମୟରେ ସିଧାପ୍ରସାରଣ କରାଯିବ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି।

Share