ଅନୁଗୋଳ ଅଫିସ,୪।୩: ଅନୁଗୋଳ ଜିଲା ଓ୍ବେଲଫେୟାର ଅଧିକାରୀ ଚାରୁଲତା ମଲ୍ଲୀକଙ୍କୁ ଅନୁଗୋଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଚାରୁଲତା କର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଦରମା କରାଇବା ପାଇଁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ବିଭାଗ ତାଙ୍କୁ ଟ୍ରାପ୍ କରିଥିବା ସୂଚନା ମିଳିଛି। ଏପରି କି ତାଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।