ଭୁବନେଶ୍ୱର,୩୦।୨(ବ୍ୟୁରୋ): ଶେଷର ସମାଧାନ ହୋଇଛି ଲୋକପ୍ରିୟ କଣ୍ଠଶୀଳ୍ପି ହ୍ୟୁମାନ୍ ସାଗରଙ୍କ ଘରୋଇ ବିବାଦ। ଉଭୟ ହ୍ୟୁମାନ୍ ଏବଂ ତାଙ୍କ ସ୍ତ୍ରୀ ଶ୍ରୀୟା ଏବେ ଏକାଠି ରହିବେ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସବୁ ମହଲରେ ଖୁସି ଦେଖାଦେଇଛି।
ଏହାକୁ ନେଇ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା କହିଛନ୍ତି ଯେ, ଆମ ଭିତରେ ଯାହା ବି ଭୁଲ ବୁଝାମଣା ଥିଲା ତାହା ସମାଧାନ ହୋଇଛି। ଆମେ ଏବେ ଏକାଠି ରହିବୁ। ଏହାପୂର୍ବରୁ ହ୍ୟୁମାନ ଓ ତାଙ୍କ ପରିବାରକୁ ନେଇ ଯାହା ବି ଅଭିଯୋଗ ଥିଲା ଏବେ ତାହା ନାହିଁ ବୋଲି ଶ୍ରୀୟା କହିଛନ୍ତି। ଏନେଇ ସେ ପୋଲିସ ଟିମ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।