Categories: ଜାତୀୟ

୪୦ ଫୁଟ ଗଭୀର ଶୁଖିଲା କୂଅରୁ ଶୁଭିଲା ଶବ୍ଦ, ଲୋକେ ଯାହା ଦେଖିଲେ ଉଡିଗଲା ହୋଶ୍‌

ପାଟଣା,୩୦।୯: ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ‘ଆର୍‌ଡି ଆଣ୍ଡ ଡିଜି’ କଲେଜ କ୍ୟାମ୍ପସ ନିକଟରେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଭୁଥିଲା। ଲୋକ ପାଖକୁ ଯାଇ ଯାହା ଦେଖିଲେ ସେମାନଙ୍କ ହୋଶ୍‌ ଉଡିଗଲା।
ଶାଦିପୁର ବଡିଦୁର୍ଗା ନିବାସୀ ସୋନୁ କୁମାର ଚୌରାସିଆ ନିଜର ୧୩ ବର୍ଷର ପୁଅ ଅଭିଷେକଙ୍କ ସହ ପ୍ରତିଦିନ ସକାଳୁ ଚାଲିବା ପାଇଁ କଲେଜ କ୍ୟାମ୍ପସକୁ ଯାଇଥାନ୍ତି। ସବୁଦିନ ପରି ଦିନେ ସେମାନେ ପ୍ରାତଃ ସମୟରେ ବାହାରିଲେ। ସୋନୁ କଲେଜ ପରିସରରେ ବୁଲୁଥିଲେ। ଏହି ସମୟରେ ଅଭିଷେକ କଲେଜ କ୍ୟାମ୍ପସରେ ଥିବା ଗଛରେ ଚଢ଼ି ଫୁଲ ତୋଳୁଥିଲେ। ହଠାତ୍‌ ଗଛର ଡାଳ ଭାଙ୍ଗଯିବାରୁ ସେ ସିଧା ଯାଇ ୪୦ ଫୁଟ ଗଭୀର ଏକ କୂଅରେ ଖସିପଡ଼ିଲେ। ଏହାପରେ ଅଭିଷେକ ଚିତ୍କାର କରିବାକୁ ଲାଗିଲେ । ତାଙ୍କର ଶବ୍ଦ ଶୁଣି ନିକଟରେ ଥିବା ବାପା ସୋନୁ ଏବଂ ଅନ୍ୟ ଲୋକମାନେ କୂଅ ନିକଟକୁ ଦୌଡି ଆସିଲେ। ଅଭିଷେକ କୂଅରେ ପଡ଼ିଯାଇଥିବା ସେମାନେ ଜାଣିପାରି ପୋଲିସକୁ ଖବର ଦେଲେ। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟରାସ୍ଥଳରେ ପହଞ୍ଚିଥିଲେ। ଏକ ଦଉଡି ସାହାଯ୍ୟରେ ସେମାନେ କୂଅ ମଧ୍ୟକୁ ଯିବାକୁ ଚେଷ୍ଟାକଲେ। ମାତ୍ର ସେମାନେ ଅମ୍ଳଜାନର ଅଭାବ ଅନୁଭବ କଲେ। ତେଣୁ କୌଣସି ପ୍ରକାରେ ସେମାନେ ଅଭିଷେକଙ୍କୁ କୂଅ ମଧ୍ୟରେ ବାନ୍ଧି ବାହାରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ହସ୍ପିଟାଲ ଭର୍ତ୍ତିି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ସେ ଆଇସିୟୁରେ ଥିବା ଜଣାପଡ଼ିଛି।

Share