Categories: ବାଣିଜ୍ୟ

ୱେଲ୍‌ନେସ୍‌ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୪: ହେଲ୍‌ଥ ପ୍ଲାଟ୍‌ଫର୍ମ ଷ୍ଟାର୍ଟଅପ୍‌ ସ୍ପା ହୋଲିକ୍‌ ୱେଲ୍‌ନେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ଅତ୍ୟାଧୁନିକ ୱେଲ୍‌ନେସ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜୟଦେବବିହାର ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ରୋଡ୍‌ରେ ଉକ୍ତ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ସାମାଜିକ କର୍ମୀ ତଥା ୧୨ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱେଲ୍‌ନେସ୍‌ ସେଣ୍ଟରର ନିର୍ଦ୍ଦେଶକ ମାନି ଏସ୍‌. ପଣ୍ଡା, ତନୁ ଏସ୍‌. ପଣ୍ଡା, ବିଜନ. କେ. ଜେନା ଏବଂ ପଦ୍ମଳୟା ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ୱେଲ୍‌ନେସ୍‌ ସେଣ୍ଟରର ନିର୍ଦ୍ଦେଶକ ମାନି ଏସ୍‌. ପଣ୍ଡା କହିଥିଲେ, ଉକ୍ତ ସେଣ୍ଟର ବିଶେଷକରି ଜିମର, ସ୍ପୋର୍ଟସମ୍ୟାନ୍‌, ୱର୍କହୋଲିକ୍‌ ଲୋକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ ବା ପ୍ରସ୍ତୁତ କରାଯାଇଛି। ଏପରିକି ଆମର ଜା କୁଜି ଥେରାପି ପୂରା ଓଡ଼ିଶାରେ ନୂଆ ବୋଲି ସେ କହିଛନ୍ତି। ଅପରପକ୍ଷରେ ଉକ୍ତ ସେଣ୍ଟର ସ୍ପୋର୍ଟସ୍‌ ଥେରାପି ସହ ଆହୁରି ଅନେକ ଥେରାପି ଏବଂ ଆବଶ୍ୟକ ପରାମର୍ଶ ଅଭିଜ୍ଞ ବିଶେଷଜ୍ଞଙ୍କ ଠାରୁ ପାଇପାରିବେ। ଏପରିକି ଏହି ସୁବିଧା ଓଡ଼ିଆ ଖେଳାଳିଙ୍କୁ ବେଶ୍‌ ସହାୟକ ହେବ। ସେହିଭଳି ରାଜ୍ୟର ଯୁବ କ୍ରୀଡ଼ାବିତ୍‌ ଓ ସୁସ୍ଥ ସମାଜ ଗଠନରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ ସହ ସଫଳତାର ଏକ ନୂଆ ଦିଗକୁ ନେବ।

Share