ଗାଧୋଇବାକୁ ଯାଇ ଆଉ ଫେରିଲେନି…

ଛତ୍ରପୁର,୨୬।୩(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାସନାପୁଟି ଗ୍ରାମ ନିକଟ ଆଇଆର୍‌ଇଏଲ୍‌ ଡ୍ରେଜିଙ୍ଗ ଅଞ୍ଚଳରେ ଥିବା ଏକ ଗଭୀର ଖାତରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣକ ହେଲେ ବାସନାପୁଟି ଗ୍ରାମର ଖଲ୍ଲୀ ନାୟକ । ସେ ସେଠାକୁ ଗାଧେଇବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦମକଳବାହିନୀ ଓ ଚମାଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି।
ଅନ୍ୟପଟେ ଦୀର୍ଘ ୧୦ରୁ ୧୨ ବର୍ଷ ଧରି ଆଇଆର୍‌ଇଏଲ୍‌ ପକ୍ଷରୁ ଏଠାରେ ଡ୍ରେଜିଙ୍ଗ କରାଯାଇଥିଲେ ମଧ୍ୟ ତାହାକୁ ପୋତା ଯାଇନାହିଁ । ଯାହା ଫଳରେ ଏପରି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି l ମୃତ ଖଲ୍ଲୀ ନାୟକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରଙ୍କୁ  ଜିଲା ପ୍ରଶାସନ ଓ ଆଇଆରଇଏଲ କର୍ତ୍ତୃପକ୍ଷଙ୍କୁ ଉଚିତ କ୍ଷତିପୂରଣ  ଦେବା  ସହ ଗର୍ତ୍ତ ଗୁଡିକୁ ପୋତିବା ପାଇଁ ଦାବି ହୋଇଛି। ନ ଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।
Share