ଶିକାର କରିବାକୁ ଯାଇଥିଲେ ନିଜ ବନ୍ଧୁକରେ ଗଲା ଜୀବନ

ଗଜପତି,୧୫।୩(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ। ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ। ଗତଦୁଇ ମାସ ହେବ କୁଙ୍କୁଣି ପଦା ସାହି ଗାଁରେ ରହି ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରି କରୁଥିଲେ। ଶୁକ୍ରବାର ସାରେ ମୃତ ହରିଶ୍ଚନ୍ଦ୍ର ଓ ଗାଁର କିଛି ଲୋକ ଜଙ୍ଗଲକୁ ଦେଶୀ ବନ୍ଧୁକ ନ଼େଇ ଶିକାର କରିବାକୁ ଯାଇଥିବା ବେଳେ ଗୋଳି ଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ପାହାଡ଼ ତଳେ ମୃତ ଶରୀର ପଡ଼ିଥିବା ବେଳେ ଘଟଣାସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳି ବାରୁଦ ପଡ଼ି ରହିଛି। ତେବେ ନିଜ ଗୁଳି ଫୁଟି ହରିଚନ୍ଦ୍ରଙ୍କ ମୃତ୍ୟୁଘଟିଛି, କି ଅନ୍ୟ କିଛି ରହସ୍ୟ ରହିଛି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ଭିଣୋଇ ଓ ଗାଁ ର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image