ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ନାବାଳିକାଙ୍କୁ ବଳାତ୍କାର : ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୩୧ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ନବ ଓରଫ ଲବ ସ୍ବାଇଁ(୩୦)। ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ସେହିପରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଲବଙ୍କ ମା’ ମନୁ ସ୍ବାଇଁ(୫୮)ଙ୍କୁ ବିଚାରପତି ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବ(ଡିଏଲ୍‌ଏସ୍‌ଏ)ଙ୍କୁ ନିର୍ଦ୍ଦେଶ ହୋଇଛି।
ମାମଲାର ବିବରଣୀରୁ ପ୍ରକାଶ, ଗତ ୨୦୨୩ ଜୁନ୍‌ ୨୮ ତାରିଖରେ ନିମଖଣ୍ଡି ଥାନା ଅଞ୍ଚଳରେ ଏକ ଭୋଜି ହେଉଥିଲା। ସେଠାକୁ ଜଣେ ୬ ବର୍ଷର ନାବାଳିକା ନିଜ ମା’ଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ। କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲେ। ଭୋଜି ପରେ ଝିଅକୁ ନ ପାଇ ତାଙ୍କ ମା’ ଚିନ୍ତିତ ହୋଇପଡ଼ିଥିଲେ। ଝିଅକୁ ଖୋଜିବା ପାଇଁ ମା’ ଘରକୁ ଆସୁଥିବା ବେଳେ ସାହିର ଏକ ଛାତ ଉପରୁ ଝିଅର ଚିତ୍କାର ଶୁଣିଥିଲେ। ସେଠାକୁ ଯିବାରୁ ଝିଅ ଘଟଣା ସମ୍ପର୍କରେ ତାଙ୍କୁ ସବୁ କହିଥିଲେ। ଲବ ମୋବାଇଲ ଦେଖାଇବା ବାହାନାରେ ଭୋଜି ଘରୁ ତାଙ୍କୁ ଡାକି ଆଣି ବଳାତ୍କାର କରିଥିବା ପୀଡ଼ିତା ତାଙ୍କ ମା’ଙ୍କୁ କହିଥିଲେ। ପରେ ପୀଡ଼ିତାଙ୍କ ମା ’ଏନେଇ ଅଭିଯୁକ୍ତଙ୍କ ମା’ ମନୁଙ୍କୁ କହିବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ। ପରେ ପୀଡ଼ିତାଙ୍କ ମା ଏନେଇ ଜୁଲାଇ ୩ତାରିଖରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ନଂ.୨୧୧/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଲବଙ୍କୁ ୫ ଜୁଲାଇରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଉଭୟ ଲବ ଓ ତାଙ୍କ ମା’ ମନୁ ସ୍ବାଇଁଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

ପୋଲିସ ଏନକାଉଣ୍ଟରରେ ଗଡ଼ିଲା ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ : ୧୩ ଲକ୍ଷର ଥିଲା

ମାଲକାନଗିରି,୧୬।୪(ଦୁର୍ଯ୍ୟୋଧନ ପାତ୍ର): ପୁଣି ପୋଲିସ ଏନକାଉଣ୍ଟରରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କିଲମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ...

ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ...

ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…

ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ...

ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୬।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରାଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା...

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ

ବସ୍ତା, ୧୬।୪(ହରିଶଙ୍କର ପାଢ଼ି): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗାନ୍ଧୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image