Advertisement

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ ୧୧ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବି.ବାବାଜୀଙ୍କ ପୁଅ ବି.ଚନ୍ଦନ।

ମିଳିଥିବା ସୂଚନା ମୁତାବକ, ବି.ଚନ୍ଦନ ସାଙ୍ଗମାନଙ୍କ ସହ ହୋଲି ଖେଳି ଗାଁ ପାଖ ସମୁଦ୍ର କୂଳକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେ ସମୁଦ୍ରରେ ବୁଡି ଯାଇଥିଲେ। ସାଙ୍ଗମାନେ ଚନ୍ଦନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁ ଶୋକର ଛାୟା ଖେଳି ଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel