ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ: ଚାଲିଗଲା ୨ ଯୁବକଙ୍କ ଜୀବନ

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ମନ୍ଦିରା ଡ୍ୟାମରେ ରବିବାର ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଝାରବେଡା ଗାଁର, ୫ଜଣ ସାଙ୍ଗହୋଇ ମାଛ ଧରିବାକୁ ମନ୍ଦିରା ଡ୍ୟାମକୁ ଯାଇଥିଲେ। ସେଠାରେ ମାଛ ଧରୁଥିବା ବେଳେ କୌଣସି କାରଣକୁ ନେଇ ୨ଜଣ ଡ୍ୟାମରେ ବୁଡି ଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ୩ଜଣ ସାଙ୍ଗ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ପରେ ୨ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

Share