ଭାଇଭଉଣୀ ମିଶି ଦୋସା ଖାଇଥିଲୁ

ପିଲାବେଳେ ଟିକେ ଭଲ ପଢୁଥିଲି ବୋଲି ସମସ୍ତେ ଭାବିଥିଲେ ମୁଁ ନିହାତି ଡାକ୍ତରଟିଏ ହେବି। ସେଥିପାଇଁ +୨ ବିଜ୍ଞାନ ପଢ଼ିଥିଲି। କିନ୍ତୁ ସାହିତ୍ୟ ପ୍ରତି ରୁଚି ଆସିବାରୁ +୩ରେ ନିଜେ ନିଜେ ଓଡ଼ିଆ ଅନର୍ସ ନେଇ ପଢ଼ିଲି। ଜୟପୁରର ବିକ୍ରମଦେବ କଲେଜରେ ପଢୁଥାଏ। ଅନର୍ସ ପିଲା ବୋଲି ସପ୍ତାହକୁ ତିନିଖଣ୍ଡ ବହି ଇସ୍ୟୁକରି ନେଇଯାଏ। ଆଉ କି ପାଠ, ଖାଲି ଗପ, ଉପନ୍ୟାସ ପଢ଼ାରେ ମୋର ରାତି ପାହୁଥାଏ। ବାପା ବି ବହି ପଢ଼ିବାକୁ ଭଲ ପାଆନ୍ତି। ବେଳେବେଳେ ସେ ତାଙ୍କ ବନ୍ଧୁମାନଙ୍କଠାରୁ ହିନ୍ଦୀ ଉପନ୍ୟାସ ଆଣନ୍ତି; ଯାହାକୁ ମୁଁ ଲୁଚେଇ ପଢ଼ିଦିଏ। କ୍ରମେ ମୁଁ କେମିତି ଲେଖନ୍ତି ସେ ଚିନ୍ତା ମୁଣ୍ଡରେ ପଶିଲା। କବିତା ଲେଖାରୁ ମୋର ସୃଜନାତ୍ମକ ଯାତ୍ରା ଆରମ୍ଭ ହେଲା। ଯେଉଁ କବିତା ଲେଖେ ପ୍ରଥମେ ସାଙ୍ଗମାନଙ୍କୁ ଶୁଣାଇ ବାହାବା ସାଉଣ୍ଟେ। ଥରେ ଶ୍ରୀକୃଷ୍ଣଙ୍କୁ ନେଇ କବିତାଟିଏ ଲେଖିଥିଲି; ଯାହାର ଶୀର୍ଷକ ଥିଲା ‘କୁହ କାହ୍ନୁ’l ସମସ୍ତେ ଖୁବ୍‌ ଭଲ ହୋଇଛି ବୋଲି କହିଲେ। ସେ ସମୟରେ ରେଡିଓରେ ଗୀତ, ନାଟକ ତଥା ‘ଯୁବବାଣୀ’ରେ ହେଉଥିବା କବିତା ଆବୃତ୍ତିକୁ ଶୁଣିବାର ଅଭ୍ୟାସ ଥିଲା। ଥରେ ଗୋଟିଏ କବିତା ଲେଖି ଡାକଯୋଗେ ଜୟପୁର ଆକାଶବାଣୀ କେନ୍ଦ୍ରକୁ ପଠାଇଦେଲି। ଆଶା କରି ରହିଲି। କିଛିଦିନ ପରେ ଆକାଶବାଣୀ ତରଫରୁ ଚିଠିଟିଏ ପାଇଲି, ଯେଉଁଥିରେ ଲେଖାଥିଲା- ”ଆପଣଙ୍କ କବିତାଟି ଯୁବବାଣୀ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛି ଆଉ କବିତା ଆବୃତ୍ତି ପାଇଁ ନିର୍ଦ୍ଧାରିତ ତାରିଖରେ ଆସି ଆକାଶବାଣୀ କେନ୍ଦ୍ରରେ ଉପସ୍ଥିତ ହୁଅନ୍ତୁ।“ ଚିଠିଟି ପଢ଼ି ମନ ମୋର କୁଣ୍ଢେମୋଟ ହୋଇଗଲା। ପଡ଼ିଶାଘର ଝିଅ ବୁଢ଼ୀନାନୀଙ୍କୁ ସାଥିରେ ନେଇ ନିର୍ଦ୍ଧାରିତ ଦିନ ପହଞ୍ଚତ୍ଗଲି ଜୟପୁର ଆକାଶବାଣୀ କେନ୍ଦ୍ରରେ। ଏମିତିରେ ସିନା ବକବକ ହୁଏ ସବୁଠି, କିନ୍ତୁ ସେଦିନ ସେଠି ଭାରି ନର୍ଭସ ଲାଗୁଥିଲା। ହେଲେ ସେଠାରେ ଥିବା ଉଦୟ ଶଙ୍କର ଜାନି ସାର୍‌ ଏବଂ ପ୍ରସେନଜିତ ମହାନ୍ତି ସାର୍‌ଙ୍କ ଆଶ୍ୱାସନା ଯୋଗୁ ମୋର ଡର ଟିକେ କମିଥିଲା। ଗୋଟେ +୩ ପଢୁଥିବା ଝିଅର ମୁଣ୍ଡରେ ବା କେତେ ବୁଦ୍ଧି। ଚାରିପଟ କାନ୍ଥରେ କଣା କଣା ଥିବା ଈଷତ୍‌ ହଳଦିଆ ରଙ୍ଗର ନିବୁଜ କୋଠରି ଭିତରେ ମୁଁ ଏକୁଟିଆ ମାଇକ୍‌ ଆଗରେ ଛିଡ଼ା ହୋଇ ଡରି ଡରି କବିତା ଆବୃତ୍ତି କଲି। ଥରକରେ ଓକେ ହୋଇଗଲା। ଦୁଇ ସାର୍‌ କହିଲେ, ‘ବହୁତ ଭଲ ଆବୃତ୍ତି କଲ। ଟିକେ ଅପେକ୍ଷା କର, ପେମେଣ୍ଟ ନେଇକି ଯିବ, ପୋଷ୍ଟରେ ପଠେଇଲେ ଡେରିହେବ।’ ପେମେଣ୍ଟ ମାନେ ପଇସା ମିଳିବ ଭାବି ମନେ ମନେ ଭାରି ଖୁସି ହୋଇଯାଇଥିଲି। ହେଲେ ଯେତେବେଳେ ସାର୍‌ ୫୦ ଟଙ୍କାର ଚେକ୍‌ଟିଏ ଦେଇ କହିଲେ,‘ବାପାଙ୍କୁ ନେଇ ଏଇଟା ଦେଇଦେବ, ସେ ଆକାଉଣ୍ଟରେ ଡିପୋଜିଟ୍‌ କଲେ ପଇସା ଆସିଯିବ।’ ମୋ ମନ ମଉଳିଗଲା। ଚେକ୍‌କୁ ବ୍ୟାଙ୍କରେ ଡିପୋଜିଟ୍‌ କଲେ ସିନା ପଇସା ଆସିବ, ହେଲେ ବାପାଙ୍କର ତ ଆକାଉଣ୍ଟ ହିଁ ନ ଥିଲା। ଆଜିକାଲି ଭଳିଆ ସେତେବେଳେ ଦରମା ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସୁ ନ ଥିଲା। ନଗଦ ଟଙ୍କା ମିଳୁଥିଲା। ତା’ ମାନେ ନୁହେଁ ଯେ ସେବେ କାହାର ବି ବ୍ୟାଙ୍କ ଆକାଉଣ୍ଟ ନ ଥିଲା। ପ୍ରାୟ ସମସ୍ତଙ୍କର ଥିଲା କହିଲେ ଚଳେ। ହେଲେ ମୋ ବାପାଙ୍କର କିନ୍ତୁ ସଞ୍ଚୟ କରିବାର ପ୍ରବୃତ୍ତି ଆଦୌ ନ ଥିଲା। ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାପାଙ୍କ ଦରମା ତାଙ୍କ ପକେଟରେ ହିଁ ରହୁଥିଲା। ତେଣୁ ବାପାଙ୍କ ଶାର୍ଟ ପକେଟ ହିଁ ଆମର ବ୍ୟାଙ୍କ ଥିଲା। ସେଇଥିରୁ ସବୁ କାରବାର। ଏବେ ମୋର ଭାଳେଣି ପଡ଼ିଲା, ଚେକ୍‌ରୁ କେମିତି ପଇସା ଆସିବ। ପଡ଼ିଶାଘରର ପଟ୍ଟନାୟକ ମଉସା ଦେଲେ ଭରସା। ସେ ଚେକ୍‌ଟା ନେଇ ତାଙ୍କ ଆକାଉଣ୍ଟରେ ଡିପୋଜିଟ୍‌ କରିଦେବେ କହି ମୋତେ ୫୦ ଟଙ୍କା ଦେଇଦେଲେ। ମୁଁ ବି ତାଙ୍କୁ ଚେକ୍‌ ଦେଇଦେଲି। ସେତେବେଳେ ୫୦ ଟଙ୍କା ବି ବହୁତ ଥିଲା। ସେ ପଇସାରେ ମୁଁ ଓ ମୋର ସାନଭାଇ ୩ଜଣ ଏବଂ ପଡ଼ିଶାଘରର ୪ଭାଇଭଉଣୀ ମିଶି ଦୋସା ଆଣି ଖାଇଥିଲୁ। ଖୁବ୍‌ ସୁନ୍ଦର ଥିଲା ସେ ଦିନସବୁ। ତା’ପରେ ବି ଆଉ କେତେଥର କବିତା ଆବୃତ୍ତି କରି ଟଙ୍କା ପାଇଥିଲି, କିନ୍ତୁ ସେଥିରେ ପ୍ରାୟ ଓଡ଼ିଆ ପତ୍ରପତ୍ରିକା କିଣୁଥିଲି। ପରେ ଯେତେବେଳେ ବ୍ରହ୍ମପୁରରେ ପଢ଼ିଲି ସେଠି ନୂଆକରି ଖୋଲିଥିବା ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରେ ବି ଗୋଟେ ଗଳ୍ପ ରେକର୍ଡ କରି ୩୫୦ ଟଙ୍କା ପାଇଥିଲି। ସେ ଗଳ୍ପଟି ପରେ ‘ସୁଚରିତା’ରେ ପ୍ରକାଶ ପାଇଥିଲା। ତା’ପରେ କିଛିଦିନ ନିରାକାରପୁର କଲେଜରେ ଅସ୍ଥାୟୀ ଅଧ୍ୟାପିକା ଥିଲି। ପାରିଶ୍ରମିକ ଅତ୍ୟନ୍ତ ନଗଣ୍ୟ ଥିଲା। ବର୍ତ୍ତମାନ ସମୟ ମିଳିବାରୁ ପୁଣି ଗଳ୍ପ ଲେଖିବାକୁ ଚେଷ୍ଟା କରୁଛି। କିଛି ଗଳ୍ପ ପ୍ରକାଶିତ ବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶମାନଙ୍କରେ ୮୫ ପ୍ରତିଶତ ବଢ଼ିଯିବ କର୍କଟ ଜନିତ ମୃତ୍ୟୁ ସଂଖ୍ୟା: WHO

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଏହାର ପଡୋଶୀ ଦେଶ ମାନଙ୍କରେ ୨୦୫୦ ସୁଦ୍ଧା କର୍କଟ ଏବଂ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇବ...

ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ...

ହାର୍ଟ ସୁସ୍ଥ ରହିବା ପାଇଁ…

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ...

ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ :...

ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ...

ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ କରାଯାଏ…

  ଜେଜେମା’ମାନେ ଶିଶୁଙ୍କୁ ତେଲ ମାଲିସ୍‌ କରୁଥିବା ଆମେ କାହିଁ କେବେଠାରୁ ଦେଖିଆସିଛୁ। ଏହାଦ୍ୱାରା ଶିଶୁଙ୍କ ମାଂସପେଶୀ ଓ ହାଡ ଶକ୍ତ ହୁଏ ବୋଲି ବିଶ୍ୱାସ...

ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image