Categories: ଖେଳ

ଆମେ ଭାଗ୍ୟବାନ୍‌: ସେମିଫାଇନାଲ୍‌ ପୂର୍ବରୁ କାହିଁକି ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ଚେନ୍ନାଇ,୧୦।୧୧: ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରି ଦିନିକିଆ ବିଶ୍ୱକପ ୨୦୨୩ର ସେମିଫାଇନାଲ ପାଇଁ ପ୍ରାୟ ଯୋଗ୍ୟତା ଅର୍ଜନ କରିଛି। ବର୍ତ୍ତମାନ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ କେବଳ ଏକ ଔପଚାରିକତା ବାକି ଅଛି। କାରଣ ନେଟ ରନ ହାର ବହୁତ ଖରାପ ଥିବାରୁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳାଯିବ।
ଭାରତ ବିପକ୍ଷ ସେମିଫାଇନାଲ ଖେଳିବା ବିଷୟରେ ୱିଲିୟମସନ କହିଛନ୍ତି, ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ। ସେମିଫାଇନାଲ ଖେଳିବା ସ୍ବତନ୍ତ୍ର କିନ୍ତୁ ଘରୋଇ ଦଳ ବିରୋଧରେ ଏହା ଚ୍ୟାଲେଞ୍ଜ ହେବ। ଆମେ ଏହାକୁ ନେଇ ଉତ୍ସାହିତ ଏବଂ ସୁଯୋଗ ପାଇଥିବାରୁ ଆମେ ଭାଗ୍ୟବାନ।

Share