Categories: ବାଣିଜ୍ୟ

ଶାଓମି ଇଣ୍ଡିଆ ସହ ୱିର ସହଭାଗିତା

ନୂଆଦିଲ୍ଲୀ,୩୧।୩:ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଶାଓମି ଇଣ୍ଡିଆ ସହ ଭୋଡାଫୋନ୍‌-ଆଇଡିଆ (ୱି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସ୍ଥାପନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ୫ଜି ଅନୁଭୂିତି ପ୍ରଦାନ କରିବା ଲାଗି ଉକ୍ତ ବୁଝାମଣା ହୋଇଥିବା ଜଣାପଡ଼ିଛି। ଏପରିକି ୱି ପକ୍ଷରୁ ୫ଜି ସେବା ଆରମ୍ଭ ହେବା ପରେ ୱି ୫ଜିରେ ଶାଓମି ଓ ରେଡ୍‌ମି ଗ୍ରାହକମାନେ ଉନ୍ନତ ଡାଟା ଅନୁଭୂତି ପାଇପାରିବେ। ସେହିଭଳି ୱି ୫ଜିରେ ଶାଓମି ଓ ରେଡ୍‌ମିର ୧୮ପ୍ରକାର ଡିଭାଇସ୍‌କୁ ପରୀକ୍ଷା ସହ ଏଫ୍‌ଓଟିଏ ଅପ୍‌ଡେଟ୍‌ ପରେ ଏହା ନେଟ୍‌ୱର୍କକୁ ସମର୍ଥନ କରିବ। ବିଶେଷକରି ୱି ପକ୍ଷରୁ ବାଣିଜି୍ୟକ ଭାବେ ୫ଜି ସେବା ଆରମ୍ଭ କରାଯିବା ପରେ ଗ୍ରାହକମାନଙ୍କୁ କେବଳ ପ୍ରିଫରଡ୍‌ ନେଟ୍‌ୱର୍କ ସେଟିଂକୁ ୪ଜିରୁ ୫ଜିକୁ ବଦଳାଇବାକୁ ପଡ଼ିବ।

Share