Categories: ଜାତୀୟ

ଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରୁଛୁ: ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୪।୧୦ : ସୋମବାର ସନ୍ଧ୍ୟାରେ ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଓ ଫେସବୁକ୍‌ ଭଳି ସୋସିଆଲ ମିଡିଆର ସର୍ଭର ଡାଉନ ହୋଇଯାଇଛି। ଏ ନେଇ ହ୍ବାଟ୍ସଆପ୍‌ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

”ବର୍ତ୍ତମାନ ୟୁଜର୍ସ ହ୍ବାଟ୍ସଆପ୍‌ ବ୍ୟବହାର ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମାଧାନରେ ଦିଗରେ କାର୍ଯ୍ୟ ଚାଲିଛି। ଯଥା ଶୀଘ୍ର ଆମେ ଅପ୍‌ଡେଟ୍‌ ପଠାଇବୁ“ ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ ଟୁଇଟ୍‌ କରାଯାଇଛି। ସେହିଭଳି ୟୁଜର୍ସଙ୍କ ଅସୁବିଧା ପାଇଁ ଫେସବୁକ୍‌ ଏହାର ଓ୍ବେବସାଇଟ୍‌ରେ ଦୁଃଖ ପ୍ରକାଶ କରାଯାଇଛି।

Share