ଲାଇବେରିଆରେ ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣ: ୪୦ ମୃତ

ମୋନ୍ରୋଭିଆ,୨୮।୧୨: ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଉତ୍ତର-ମଧ୍ୟରେ ଏକ ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ଘଟଣା ମଙ୍ଗଳବାର (୨୬ ଡିସେମ୍ବର) ବିଳମ୍ବିତ ରାତିରେ ଘଟିଛି। ବର୍ତ୍ତମାନ ଗୁରୁତର ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଇଛି।

ପଶ୍ଚିମ ଆଫ୍ରିକା ଦେଶର ମୁଖ୍ୟ ଚିକିତ୍ସା ଅଧିକାରୀ ଫ୍ରାନ୍ସିସ କେଥ ବୁଧବାର କହିଛନ୍ତି , ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ସେ କହିଛନ୍ତି, ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକମାନେ ତଥାପି ଭୟଭୀତ ଅଛନ୍ତି।

Share