ଇସ୍ରାଏଲ ସେନାଙ୍କ ସହ ୱେଷ୍ଟ ବ୍ୟାଙ୍କରେ ସଂଘର୍ଷ, ଦୁଇ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା

ୱେଷ୍ଟ ବ୍ୟାଙ୍କ,୨୦ ।୧: ୱେଷ୍ଟ ବ୍ୟାଙ୍କରେ ଜାରି ରହିଥିବା ହିଂସାରେ ଇସ୍ରାଏଲ ସେନା ଗୁରୁବାର ୨ ପାଲେଷ୍ଟାଇନ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଆତଙ୍କବାଦୀ ରହିଛନ୍ତି ।
ସମାଚାର ଏଜେନ୍ସି ୱଫା ମୃତକଙ୍କ ପରିଚୟ ୫୮ ବର୍ଷିୟ ଜବାଦ ବାୱତ୍କା ଓ ଅଧମ ଜବରିନ ବୋଲି କହିଛି । ଏମାନଙ୍କୁ ଉତ୍ତର ୱେଷ୍ଟ ବ୍ୟାଙ୍କର ଜେନିନ ଶରଣାର୍ଥି ଶିବିରରେ ଗୁଳି କରାଯାଇଛି । ଚଳିତ ମାସ ଆରମ୍ଭ ଏବେ ପର୍ଯ୍ୟନ୍ତ ଏହି ହିଂସାରେ ୧୭ ଜଣଙ୍କ ମୃତ୍ୟୁ ହେଲାଣି ।

Share