Categories: ଜାତୀୟ

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ଏଭଳି ପଦକ୍ଷେପ ନେଲେ ଯୁବକ

କୋଲକାତା,୨୦।୧୧: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇବା ପରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲାରେ ଜଣେ ୨୩ ବର୍ଷ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ରବିବାର ରାତି ପ୍ରାୟ ୧୧ଟା ସମୟରେ ବୋଲିଆଟୋର ପୋଲିସ ଷ୍ଟେଶନ ପରିସରରେ ଥିବା ସିନେମା ହଲ ନିକଟରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ମୃତକଙ୍କ ନାମ ରାହୁଲ ଲୋହାର ବୋଲି ଜଣାପଡିଛି।

ସୂଚନାନୁସାରେ, ରାହୁଲ ଉକ୍ତ ଅଞ୍ଚଳର ଏକ ପୋଷାକ ଦୋକାନରେ କାମ କରୁଥିଲେ ଏବଂ ଫାଇନାଲ ମ୍ୟାଚ ଦେଖିବା ପାଇଁ ରବିବାର ଛୁଟି ନେଇଥିଲେ। ଭାରତର ପରାଜୟ ସହି ନ ପାରି ନିଜ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହା ବ୍ୟତୀତ ତାଙ୍କ ଜୀବନରେଆଉ କୌଣସି ଅସୁବିଧା ନ ଥିଲା ବୋଲି ସେ ଦାବି କରିଛନ୍ତି।

Share