Categories: ଜାତୀୟ

ଦିଦିଙ୍କ ସରକାରରେ ୪୩ ମନ୍ତ୍ରୀ ନେଲେ ଶପଥ

କୋଲକାତା,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ୪୩ ମନ୍ତ୍ରୀ ସୋମବାର ଶପଥ ନେଇଛନ୍ତି। କୋଲକାତାର ରାଜ ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କିଛି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଜିତିବା ପରେ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ମମତା ବାନାର୍ଜୀ ଶପଥ ଗ୍ରହଣ କରି ସାରିଛନ୍ତି, କିନ୍ତୁ ତାଙ୍କ କ୍ୟାବିନେଟ ଆଜି ଶପଥ ଗ୍ରହଣ କରିନ୍ତି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ରାଜ ଭବନରେ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି ବଙ୍ଗଳାର ରାଜ୍ୟପାଳ ଜଗଦୀପ ଧନଖଡ଼ ସମସ୍ତ କ୍ୟାବିନେଟ ମନ୍ତ୍ରୀ, ସ୍ବାଧୀନ, ରାଜ୍ୟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନିଜଣ ମନ୍ତ୍ରୀ ଶପଥ ନେଇଥିଲେ। ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

Share